ବିମୁଦ୍ରାକରଣ ପରେ ନୋଟ ଅଭାବ ଲାଗି ରହିଛି । ୪୫ ଦିନ ବିତିଲାଣି । ଟଙ୍କା ପାଇଁ ଏବେ ବି ଦେଶର କୋଣ ଅନୁକୋଣରେ ଲମ୍ବା ଲାଇନ ଲାଗୁଛି । ତେବେ ଏଭଳି ସଂକଟ ସମୟରେ ଏପରି ଏକ ଦୃଶ୍ୟ ଦେଖି, ଆପଣ ବିସ୍ମିତ ହୋଇଯିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣଙ୍କ ଆଶ୍ଚର୍ଯ୍ୟ ଲାଗିବ ଏହି ଦୃଶ୍ୟ ଦେଖି । ଜଣେ ଗାୟକଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ଲୋକେ । ଏ ହେଉଛି ସୁରଟ ଅଂଚଳରେ ହେଉଥିବା ଏକ ବିବାହ ଉତ୍ସବର ଦୃଶ୍ୟ । ବିବାହ ପାର୍ଟିରେ ଗାୟକ ଗୀତ ଗାଉଛନ୍ତି । ଆଉ ତାଙ୍କ ଉପରେ ବର୍ଷା ହେଉଛି ଟଙ୍କା ।
ବରକନ୍ୟା ଠାରୁ ଆରମ୍ଭ କରି ଉପସ୍ଥିତ ଲୋକ ବର୍ଷା କରୁଛନ୍ତି ଟଙ୍କା । ଗାୟକଙ୍କ ଚାରି ପାଖରେ ଟଙ୍କା ଗଦା ହୋଇଛି । ଏହି ଦୃଶ୍ୟରୁ ଜଣାପଡୁଛି, ବିମୁଦ୍ରାକରଣ ଜନିତ ଟଙ୍କାର ଅଭାବ ଏମାନଙ୍କ ନିକଟରେ ନାହିଁ । ଗାୟକଙ୍କ ଉପରେ ନୂଆ କିମ୍ବା ପୁରୁଣା ନୋଟ ଢଳାଯାଉଛି, ଏ ନେଇ ସ୍ପଷ୍ଟ ହେଉନାହିଁ ।