ମଦର ଟେରେସାରୁ ସନ୍ଥ ମଦର

371

mother teresaସନ୍ଥ ମଦର ଟେରେସା । ସେବାର ମୂର୍ତିମନ୍ତ ପ୍ରତୀକ । ଆଜି ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ ମଦର ଟେରେସାଙ୍କୁ ସନ୍ଥ ଉପାଧିରେ ଘୋଷିତ କରିଛନ୍ତି । ସେବାର ଚିରସ୍ମରଣୀୟା ଟେରେସା ଆଜିଠୁ ପାଲଟି ଯାଇଛନ୍ତି ସନ୍ଥ ମଦର ଟେରେସା । ସାରା ବିଶ୍ୱର ଏହି ମଦରଙ୍କ ବ୍ୟକ୍ତତ୍ୱରେ ଆଉ ଏକ ସମ୍ମାନ ଯୋଡି ହୋଇ ଯାଇଛି ।ଏହି ଅବସରରେ ଭୁବନେଶ୍ୱରରେ ଏକ ରାସ୍ତାକୁ ମଦର ଟେରେସା ନାଁରେ ନାମିତ କରିଛନ୍ତି ଓଡିଶା ସରକାର । କଟକ-ପୁରୀ ରାସ୍ତାକୁ ସଂଯୋଗ କରୁଛି ବ୍ରିଜ । ଯାହା ସନ୍ଥ ମଦର ଟେରେସାଙ୍କ ପ୍ରତି ଏକ ଅପୂର୍ବ ଶ୍ରର୍ଦ୍ଧାଂଜଳି କହିଲେ ଅତ୍ୟୁକ୍ତି ହେବ ନାହିଁ।

IMG-20160904-WA0005ଓଡିଶା ସହ ସନ୍ଥ ମଦର ଟେରେସାଙ୍କ ସଂପର୍କ ବହୁ ପୁରୁଣା। ପ୍ରଥମେ ୧୯୭୪ମସିହାରେ ସନ୍ଥ ମଦର ଟେରେସା ଭୁବନେଶ୍ୱର ଆସିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନଙ୍କୁ ଭେଟିଥିଲେ । ତାପରେ ସେ ଅନେକଥର ଏହି ଓଡିଶା ମାଟିକୁ ଆସିଛନ୍ତି । ମଦର ଟେରେସା କୋଲକାତାକୁ ତାଙ୍କର ସେବା କ୍ଷେତ୍ର ଭାବେ ଗ୍ରହଣ କରିଥିଲେ । ଭାରତରୁ ସାରା ବିଶ୍ୱକୁ ସେ ମାନବତାର ବାର୍ତା ଦେଇଥିଲେ ।

ସନ୍ଥ ମଦର ଟେରେସା ୨୬ ଅଗଷ୍ଟ ୧୯୧୦ରେ ସ୍କୋପଜେ ( ଆଧୁନିକ ମାସିଡୋନିଆ ଗଣରାଜ୍ୟ ) ରେ ଜନ୍ମ ହୋଇଥିଲେ । ଏହା ତୁର୍କ ସାମ୍ରାଜ୍ୟର ଏକ ଅଂଶ ଥିଲା । ଜୀବନର ୧୮ ବର୍ଷ ମାସିଡୋନିଆରେ ବିତେଇବା ପରେ ସେ ଆୟରଲ୍ୟାଣ୍ଡ ଯାଇଥିଲେ । ତତପରେ ସେ ଆସିଥିଲେ ଭାରତ । ଯେଉଁଠାରେ ସେ ବିତେଇଲେ ଜୀବନର ଅପୂର୍ବ ମୁହୂର୍ତ । ସନ୍ଥ ଟେରେସା ପ୍ରତିଷ୍ଠା କରିଥିଲେ ମିଶନାରୀ ଅଫ୍ ଚ୍ୟାରିଟି ( ଏକ ରୋମାନ କ୍ୟାଥୋଲିକ୍ ଧାର୍ମିକ ମଣ୍ଡଳୀ )।

8495900201472016453୨୦୧୨ରେ ଏହି ମିଶନାରୀରେ ୪୫୦୦ ସିଷ୍ଟର ଯୋଗଦେଇଥିଲେ ଏବଂ ଏହି ମିଶନାରୀ ୧୩୩ଟି ଦେଶରେ ଚାଲୁ ରହିଥିଲା । ସିଷ୍ଟରମାନେ ଲୋକଙ୍କ ଘରକୁ ଯାଇ ଏଚଆଇଭି / ଏଡସ୍ ,କୁଷ୍ଠ ,ଯକ୍ଷ୍ମା ଆଦିରେ ପୀଡିତ ଲୋକଙ୍କ ସେବା କରୁଥିଲେ । ଦାରିଦ୍ରରେ ଥିବା ଲୋକଙ୍କୁ ଖାଇବାକୁ ଦେବା ଓ ପିତୃମାତୃହୀନ ପିଲାଙ୍କୁ ନେଇ ଅନାଥାଳୟ ମଧ୍ୟ ପ୍ରତିଷ୍ଠା କରିଥିଲେ । ସନ୍ଥ ଟେରେସାଙ୍କ ସାନିଧ୍ୟତାରେ ଖୁବ୍ ହୃଦୟତାର ସହ ମିଶନାରୀର ସିଷ୍ଟରମାନେ ଲୋକଙ୍କ ସେବା କରୁଥିଲେ। ସନ୍ଥ ଟେରେସାଙ୍କ ସମାଜ ପ୍ରତି ଏହି ମହତ୍ୱ ସେବା ପାଇଁ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ ।

mother-teresa୧୯୬୨ରେ ସନ୍ଥ ଟେରେସା ପାଇଥିଲେ ରେମନ ମେଗାସେସ୍ ଶାନ୍ତି ପୁରସ୍କାର ଓ ୧୯୭୯ରେ ନୋବେଲ ଶାନ୍ତି ପୁରସ୍କାର ଏବଂ ୧୯ ଅକ୍ଟୋବର ୨୦୦୩ରେ ସନ୍ଥ ଟେରେସା ‘କୋଲକତାର ଧନ୍ୟ ଟେରେସା’ ନାମରେ ଘୋଷିତ ହୋଇଥିଲେ। ୮୭ ବର୍ଷ ବୟସରେ ୫ସେପ୍ଟେମ୍ବର ୧୯୯୭ରେ ଏହି ମହିୟସୀ ନାରୀ ସନ୍ଥ ଟେରେସା ଏ ନଶ୍ୱର ଜଗତରୁ ଚିର ବିଦାୟ ନେଇଥିଲେ । ହେଲେ ସାରା ବିଶ୍ୱରେ ପରିଚିତା ଏହି ମା’ ବହୁ ଆଗରୁ ବିଶ୍ୱ ପ୍ରାଣରେ ଜଣେ ସନ୍ଥ ବୋଲି ଅଭିହିତ ହୋଇଥିଲେ ।