ବେରୋଜଗାରୀଙ୍କ ପାଇଁ ଭଲ ଖବର ! ଏଣିକି ଫେସବୁକ ଜରିଆରେ ମଧ୍ୟ ଚାକିରି ପାଇଁ କରିପାରିବେ ଆବେଦନ

43

ଚାକିରି ଖୋଜୁଥିବା ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ଫେସବୁକ୍ ଯୁବପୁଢୀଙ୍କୁ ନିଯୁକ୍ତି ଯୋଗଇଦେବାକୁ କିଛି ଏଭଳି ବଡ ପଦକ୍ଷେପ ଉଠାଇବାକୁ ଯାଉଛି । ଯାହା ଫେସବୁକ୍ ଜବ ଫିଚର ନାଁରେ ବଜାରକୁ ଆସିବାରେ ଅଛି । ଏବଂ ଯେଉଁଥିରେ ଦୁଇ ପ୍ରକାରର ଅପ୍ସନ ମଧ୍ୟ ରଖାଯାଇଛି ।

ତେବେ ଚାକିରି ପାଇଁ ଇଚ୍ଛୁକ ତଥା ଆଶାୟୀମାନେ ଫେସବୁକ ଜରିଆରେ ଚାକିରି ଖୋଜିବା ସହ ଆବେଦନ ମଧ୍ୟ କରି ପାରିବେ । ଏଥିପାଇଁ ଫେସବୁକରେ ଉପଲବ୍ଧ ‘ଆପ୍ଲାଇ ନାଓ’ ଫିଚର ମାଧ୍ୟମରେ ନିଜ ମନ ପସନ୍ଦର ଚାକିରି ଚୟନ କରିପାରିବେ । ଯେଉଁଥି ପାଇଁ ଆବେଦନ କରିବା ଲାଗି ସେଠାରେ ଦର୍ଶାଯାଇଥିବା ‘ଆପ୍ଲାଇ ବଟନ’ ଉପରେ ଆପଣଙ୍କୁ ‘କ୍ଲିକ୍’ କରିବାକୁ ପଡିବ । ଏହାପରେ ଆପଣ ଯେଉଁ ଜବ୍ ପାଇଁ ଆବେଦନ କରିଥିଲେ ତାର ଏକ ଫର୍ମ ଓପନ ସେଠାରେ ହୋଇଯିବ । ଏବଂ ଏହାପରେ ବ୍ୟବହାରକାରୀ ନିଜର ବାୟୋଡାଟା ସେଠାରେ ଅପଲୋଡ କରିପାରିବେ ।

ତେବେ ଫେସବୁକ୍ ତରଫରୁ ବେରୋଜଗାରମାନଙ୍କୁ ଚାକିରି ଯୋଗାଇ ଦେବାଭଳି ଏପରି ଏକ ନୂଆ ବ୍ୟବସ୍ଥାକୁ ନେଇ ଏହାର ଆଇଟି ଏକ୍ସପର୍ଟ ଡା. ସିପି ସିଂହଙ୍କ କହିବା କଥା ହେଲା, ‘ଏଣିକି ବେରୋଜଗାରୀଙ୍କୁ ଚାକିରି ଖୋଜିବା ପାଇଁ ସହଜ ହେବ । ଏଥିସହ ଚାକିରି ଉପଲବ୍ଧ କରାଉଥିବା କନସର୍ନଙ୍କୁ ମଧ୍ୟ ନିଜ ସଂପର୍କରେ ସୂଚନା ଦେବାକୁ ମଧ୍ୟ ସେମାନଙ୍କ ପାଇଁ ସହଜ ହେବ । ତେବେ ଏଥିପାଇଁ ଫେସବୁକରେ ୱର୍କପ୍ଲେସ୍ ଲଂଚ କରାଯାଇଛି । ଏହା ଏକ ବ୍ୟବସାୟିକ ମେସେଜିଂ ସେବା ଅଟେ. ଯାହା ବ୍ୟବସାୟ କରୁଥିବା ଲୋକଙ୍କ ଗ୍ରୁପ ଭଳି ଚାର୍ଟ ଏବଂ ଫାଇଲ୍ ମଧ୍ୟ ସେୟାର କରିବାର ସୁବିଧା ବି ରହିବ’ ।