ସରକାରଙ୍କ ଉପରେ ବଢିଲା ଜନତାଙ୍କ ବିଶ୍ୱାସ, ‘ଫୋର୍ବ୍ସ’ର ସର୍ଭେରେ ଆମେରିକା-ଋଷଠାରୁ ଆଗରେ ଭାରତ

31

ବିଶ୍ୱର ଜଣାଶୁଣା ଗଣମାଧ୍ୟମ କଂପାନୀ ଏବଂ ବିଶେଷ କରି ନିଜର ପତ୍ରିକା କାରଣରୁ ସାରା ବିଶ୍ୱରେ ଚର୍ଚ୍ଚିତ ‘ଫୋର୍ବ୍ସ’ ଇତି ମଧ୍ୟରେ ଦୁନିଆର ୩୪ଟି ଅଗ୍ରଣୀ ଲୋକତାନ୍ତ୍ରିକ ଦେଶରେ ବାସକରୁଥିବା ଜନତାଙ୍କ ବିଚାରାର୍ଥକୁ ଯଥାର୍ଥ ଦେବାକୁ ଯାଇ ଏକ ଟୁଇଟ୍ କରିଛି । ଏହି ଟୁଇଟ୍ ମାଧ୍ୟମରେ ‘ଫୋର୍ବ୍ସ’ କହିଛି କି, ଭାରତର ପାଖାପାଖି ୭୩ ପ୍ରତିଶତ ଜନତାଙ୍କ ବିଶ୍ୱାସ ବର୍ତ୍ତମାନର ସରକାରଙ୍କ ଉପରେ ରହିଛି । ଏଥିସହିତ ସେ ସରକାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ଖୁବ୍ ପ୍ରଶଂସା କରିଛି ।

ଯଦିଓ ‘ଫୋର୍ବ୍ସ’କୁ ଏହି ଟୁଇଟ୍ ପାଇଁ ଲୋକମାନଙ୍କ କଟାକ୍ଷ୍ୟର ଶିକାର ହେବାକୁ ପଡିଛି । ତେବେ ଏହି ଟୁଇଟ୍ ଦେଖିବା ପରେ ସତେ ଯେପରି ଲାଗୁଛି ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଜାପାନ ଭଳି ଦେଶ ଏହି ମାମଲାରେ ଭାରତଠାରୁ ବହୁତ ପଛରେ ରହିଛି । ଭାରତ ପରେ କନାଡା ଏହି ମାମଲାରୁ ଦ୍ୱିତୀୟ ନମ୍ବରରେ ରହିଥିବା ବେଳେ ଏହାର ପଛରେ ରହିଛି ଫ୍ରାନ୍ସ । ସେହିପରି ଏହି ସମସ୍ତ ଦେଶମାନଙ୍କ ମଧ୍ୟରୁ ସବୁଠାରୁ ପଛରେ ରହିଛି ଗ୍ରୀସ୍ ।

ଅର୍ଗାନାଇଜେସନ ଫର୍ ଇକୋନୋମିକ୍ କୋପରେସନ ଆଣ୍ଡ୍ ଡେଭଲୋମେଂଟ୍ (ଓଇସିଡି) ଏକ ୟୁନିକ ଫୋରମ ଅଟେ । ଏଠାରେ ୩୪ଟି ଲୋକତାନ୍ତ୍ରିକ ଦେଶ ଆର୍ଥିକ ସ୍ଥରରେ ପରସ୍ପରଠାରୁ ସହାୟତା ଲୋଡିଥାନ୍ତି । ଏହାବ୍ୟତୀତ ଏହି ସଂସ୍ଥାରେ ପାଖାପାଖି ୭୦ ରୁ ଅଧିକ ଅଣ-ସଦସ୍ୟମାନେ ଇକୋନାମୀ ମଧ୍ୟ ଜଡିତ ଅଛନ୍ତି । ସେମାନେ ପରସ୍ପରର ଆର୍ଥିକ ବିକାଶ ଏବଂ ସମୃଦ୍ଧି ପାଇଁ ପ୍ରୟାସରତ ଅଟନ୍ତି ।