ସିରିୟଲ କିମ୍ବା ସିନେମାରେ ଅଭିନୟ କରିବାକୁ ଚାହୁଁଛନ୍ତି କି? ତେବେ ଏଠାରେ କରନ୍ତୁ ଆବେଦନ, ତୁରନ୍ତ ମିଳିଯିବ କାମ

46

ଟେଲିଭିଜନ ଧାରାବାହୀକ ଏବଂ ସିନେମା ଦେଖିବା କିଏ ବା ପସନ୍ଦ କରେନି। ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ଆପଣ ମଧ୍ୟ ସିନେମା ଜଗତରେ ନିଜର କ୍ୟାରିୟର ଗଢିପାରିବେ । ଆପଣ ମଧ୍ୟ ଆପଣଙ୍କର ଅଭିନୟ କରିବାର ସ୍ୱପ୍ନକୁ ସାକାର କରିପାରିବେ । ତେବେ ଏହା କିପରି ଆଉ କିଭଳି ସମ୍ଭବ ତାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ……..

ସର୍ବ ପ୍ରଥମେ କହିରଖୁଛୁ କି, ଯଦି ଆପଣ ଅଭିନୟ କ୍ଷେତ୍ରରେ ନିଜ ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କଠାରେ ଅଭିନୟ କରିବାର କଳା ବା ପ୍ରତିଭା ଥିବା ନିହାତି ଆବଶ୍ୟକ । ତେବେ କୌଣସି ଭଲ ଆକ୍ଟିଂ ସ୍କୁଲରେ ଏଂଟ୍ରି କରିବା ପାଇଁ ହେଲେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସରୁ ଆରମ୍ଭ କରି ଗ୍ରାଡୁଏଟ୍ ପର୍ଯ୍ୟନ୍ତ ରହିଛି । ଯେଉଁଠାରେ ଆପଣ ଆପମଙ୍କ ନାମ ଲେଖାଇ ପାରିବେ ଆଉ ପ୍ରଶିକ୍ଷଣ ନେଇପାରିବେ ।

କେଉଁ କୋର୍ସ କରିବେ

ଯଦି ଆପଣ ଅଭିନୟ କ୍ଷେତ୍ରରେ ନିଜ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ତେବେ ପିଜି ଡିପ୍ଲୋମା ଇନ ଆକ୍ଟିଂର ଦୁଇ ବର୍ଷିୟା କୋର୍ସ, ଡିପ୍ଲୋମା ଇନ ଆକ୍ଟିଂର ତିନି ବର୍ଷିୟା କୋର୍ସ , ପୋଷ୍ଟ ଗ୍ରାହଜୁଏଟ ଡିପ୍ଲୋମା ଇନ ସିନେମାର ତିନି ବର୍ଷିୟା କୋର୍ସ ଏବଂ ଆକ୍ଟିଂ ଫାଷ୍ଟ ଟ୍ରାକର ଛଅ ମାସିଆ କୋର୍ସରେ ମଧ୍ୟରୁ କୌଣସି ବି କୋର୍ସ ଚୟନ କରିପାରିବେ ।

ସିନେମା ଜଗତରେ ପ୍ରବେଶ କରିବେ କିପରି

ଯଦି ଆପଣ କୌଣସି ଅଭିନେତାଙ୍କ ପରିବାର ସହ ଲିଙ୍କରେ ଅଛନ୍ତି ତେବେ ଆପଣଙ୍କୁ ଆରମ୍ଭରେ ଟିକିଏ ସମସ୍ୟାର ସାମ୍ନା କରିପାବାକୁ ପଡିପାରେ । କିନ୍ତୁ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ କି ସିନେମା ଜଗତ ସହ ଲିଙ୍କ ନଥାଇ ବି ସେମାନେ ଗୋଟିଏ ଗୋଟିଏ ସଫଳ ଅଭିନେତା ତଥା ଅଭିନେତ୍ରୀ ହୋଇପାରିଛନ୍ତି । ତେବେ ଆକ୍ଟିଂ ଲାଇନରେ ରହିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆଙ୍କରିଂ, ଟିଭି ବିଜ୍ଞାପନ, ସୋ ହୋଷ୍ଟିଂ, ଟିଭି ସିରିୟଲରେ କାମ କରିବାକୁ ହେବ ।