ଭାରତରେ ଲଂଚ ହେଲା ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ୍ ! ମୂଲ୍ୟ ମାତ୍ର ୨୯୯ ଟଙ୍କା

47

ଟେଲିକମ୍ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓର ୪ଜି ଫିଚର ଫୋନକୁ ଟକ୍କର ଦେବା ପାଇଁ ଅଂଟା ଭିଡିଲା ପୁଣି ଏକ ନୁଆ କଂପାନୀ । ସୂଚନା ମୁତାବକ, ଜିଓର ୪ଜି ଫିଚର ଫୋନ ଲଂଚ ହେବା ପରେ ‘ଡିଟେଲ’ ନାମକ କଂପାନୀ ଦେଶରେ ଲଂଚ କରିଛି ବିଶ୍ୱର ସବୁଠାରୁ ଶସ୍ତା ଫିଚର ଫୋନ୍ । ଯାହାର ନାଁ ରଖାଯାଇଛି ‘ଡିଟେଲ ଡି୧’ ।

କଂପାନୀର ଦାବି ମୁତାବକ, ଡିଟେଲର ଏହି ଶସ୍ତା ଫୋନଟି ମାତ୍ର ୨୯୯ ଟଙ୍କାରେ ଉପଲବ୍ଧ । ଖାଲି ସେତିକି ନୁହେଁ ଏହି ଫୋନଟିକୁ ଅନଲାଇନରେ ମଧ୍ୟ ବୁକିଂ କରିପାରିବେ । ଏଥିପାଇଁ କଂପାନୀର ୱେବସାଇଟ୍ ତଥା ‘ଡିଟେଲ-ଇଣ୍ଡିଆ ଡଟ୍ କମ’କୁ ଯାଇ ବୁକିଂ କରିପାରିବେ । ତେବେ ବୁକିଂ କରିବାର ମାତ୍ର ୮ରୁ ୧୦ ଦିନ ଭିତରେ ହିଁ ଆପଣଙ୍କ ନିକଟରେ ଫୋନଟି ପହଂଚିଯିବ ବୋଲି କଂପାନୀ ପକ୍ଷରୁ ସୂଚିତ କରାଯାଇଛି ।

ଫୋନର ବୈଶିଷ୍ଟ

‘ଡିଟେଲ୍ ଡି୧’ ଫୋନରେ ୧.୪୪ ଇଂଚର ମୋନୋକ୍ରୋମ ଡିସପ୍ଲେ ରହିଥିବା ବେଳେ ଫୋନଟି ରହିଛି ସିଙ୍ଗିଲ୍ ସିମ୍ ବିଶିଷ୍ଟ । ଏହାବ୍ୟତୀତ ୬୫୦ ଏମଏଏଚର ବ୍ୟାଟେରୀ ବ୍ୟବହାର କରାଯାଇଛି । ଖାଲି ସେତିକି ନୁହେଁ ଏହି ଫୋନରେ ଚାର୍ଟ, ଫୋନବୁକ୍ ଏଫଏମ ରେଡିଓ ଏବଂ ସ୍ପିକର ସହିତ ଭାଇବ୍ରେସନ ମୋଡ୍ ସୁବିଧା ମଧ୍ୟ ରହିଛି । ମାତ୍ର ଏହାସବୁ ସତ୍ୱେ ମଧ୍ୟ ଏହି ଶସ୍ତା ଫୋନଟି ଜିଓ ଫୋନକୁ ଟକ୍କର ଦେବାରେ ବିଫଳ ହୋଇଛି କାରଣ, ଏହି ଫୋନର ସବୁଠାରୁ ବଡ ଦୁର୍ବଳତା ହେଲା ଉକ୍ତ ଫୋନରେ ୪ଜି ସପୋର୍ଟ ବ୍ୟବସ୍ଥା ଦିଆଯାଇ ନାହିଁ ।

ସୌଜନ୍ୟ: ଅମର ଉଜାଲା