ମାତ୍ର ୧୦ ହଜାର ଟଙ୍କାରେ କିଣନ୍ତୁ ମନ ପସନ୍ଦର ଫ୍ଲାଟ୍ ! ଅନଲାଇନ ଜରିଆରେ ବି କରିପାରିବେ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା
ସାଧାରଣ ଲୋକଙ୍କର ଘର କିଣିବାର ସ୍ୱପ୍ନକୁ ସାକାର କରିବା ପାଇଁ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ତରଫରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନା ଅନୁସାରେ ଡିଡିଏର ପୁରୁଣା ସ୍କିମଗୁଡିକରେ ବିକ୍ରି ହୋଇନଥିବା ଘରଗୁଡିକୁ ପୁଣି ଥରେ ବିକିବାକୁ ଘୋଷଣା କରାଯାଇଛି । ଏଥିରେ ଦିଲ୍ଲୀର ବିଭିନ୍ନ ଅଂଚଳରେ ନିର୍ମାଣ ହୋଇଥିବା ଯେତିକି ବି ଫ୍ଲାଟ୍ ଏବଂ 1 BHK ଫ୍ଲାଟ୍ ରହିଛି ତାହା ଏଥିରେ ସାମିଲ ରହିଛି । ବଡ କଥା ହେଲା କି, ଏହିସବୁ ଫ୍ଲାଟଗୁଡିକୁ ଆପଣ ଅନଲାଇନ ଜରିଆରେ ବି ବୁକିଂ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ଆସ ପ୍ରଥମେ ପାଓ ଆଧାରରେ ବୁକିଂ
ଡିଡିଏ ପକ୍ଷରୁ ଏହି ସମସ୍ତ ଫ୍ଲାଟଗୁଡିକର ବୁକିଂ ପାଇଁ ଆପଣ ଅନଲାଇନ ଜରିଆରେ ବି କରିପାରିବେ । ଡିଡିଏ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ସମସ୍ତ ଫ୍ଲାଟଗୁଡିକର ବୁକିଂ କୌଣସି ବି ବର୍ଗର ବ୍ୟକ୍ତି କରିପାରିବେ । ଏହି ଯୋଜନା ଅନୁସାରେ, ଜନତା ‘ପ୍ରଥମେ ଆସ,ପ୍ରଥମେ ପାଓ’ ଆଧାରରେ ବୁକିଂ କରିପାରିବେ । ତେବେ ସମସ୍ତ ଫ୍ଲାଟଗୁଡିକର ବୁକିଂ ଆପଣ www.dda.org.inରେ ଅନଲାଇନ ଜରିଆରେ କରିପାରିବେ । ଡିଡିଏ ତରଫରୁ ଯେଉଁସବୁ ଫ୍ଲାଟଗୁଡିକର ବିକ୍ରି କରାଯାଉଛି ତାହା ନରେଲା,ରାମଗଡ ଏବଂ ସିରସପୁର ଅଂଚଳରେ ଉପଲବ୍ଧ । ଡିଡିଏ ଅନୁସାରେ, ଜନତା ଫ୍ଲାଟର ବୁକିଂ ୧୦ ହଜାର ଟଙ୍କା ଏବଂ 1 BHK ଫ୍ଲାଟର ବୁକିଂ ୧୫ ହଜାର ଟଙ୍କା ଦେଇ କରିପାରିବେ । ତେବେ ବାକି ଟଙ୍କାକୁ ଆପଣ ୩ମାସ ପରେ ପେମେଂଟ କରିପାରିବେ ।
କିଭଳି କରିବେ ବୁକିଂ
ଡିଡିଏ ତରଫରୁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁସାରେ, ଏହି ଯୋଜନାରେ ଫ୍ଲାଟ ନେବାକୁ ଇଚ୍ଛୁକ ବ୍ୟକ୍ତି www.dda.org.inରେ ଲଗ ଇନ କରନ୍ତୁ । ଏହାପରେ ଏହାର ବାମ ପାଶ୍ୱର ଠିକ୍ ଉପରୀ ଭାଗରେ କ୍ୟାପିଟାଲ ଲେଟରରେ HOT LINKS ନାମକ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏଠାରେ ଏକ ନୂଆ ପେଜ ଖୋଲିବ । ଏହି ପେଜରେ Online Housing Scheme 2019 ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ କ୍ଲିକ୍ କରିବା ପରେ ନୂଆ ପେଜ ଖୋଲିବ । ଏଠାରେ ଆପଣ ଆପଣଙ୍କର ଇଚ୍ଛା ଅନୁସାରେ, ନରେଲା, ରାମଗଡ ଏବଂ ସିରସପୁର ଅଂଚଳରେ ଥିବା କୌଣସି ବି ଜାଗାରେ ବିକ୍ରି ପାଇଁ ଉପଲବ୍ଧ ଫ୍ଲାଟ ସଂପର୍କିତ ସୂଚନା ନେଇପାରିବେ ।
ଏଥିସହିତ ହିଁ ଫ୍ଲାଟର ବୁକିଂ କରିପାରିବେ । ଫ୍ଲାଟର ବୁକିଂ ପାଇଁ ଆପଣଙ୍କୁ ବୁକିଂ ଆମାଉଂଟ ତୁରନ୍ତ ପେ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ୩୦ ମିନିଟର ସମୟ ଦିଆଯାଇଥାଏ । ଆଉ ପେମେଂଟ କରିବା କ୍ଷଣି ହିଁ ଆପଣଙ୍କ ନାଁରେ ଫ୍ଲାଟର ବୁକିଂ ହୋଇଯିବ । ଏଠାରେ ଆପଣ ଆପଣଙ୍କର ପସନ୍ଦ ଅନୁସାରେ ଫ୍ଲାଟର ବୁକିଂ କରିପାରିବେ ।