ମାତ୍ର ୬୦ ସେକେଣ୍ଡରେ ରୋଜଗାର କରନ୍ତୁ ୫୧ ଟଙ୍କା । ଅନଲାଇନ ପେମେଂଟ କଲେ ମିଳୁଛି ଏଭଳି ସୁବିଧା । ଜାଣନ୍ତୁ ଏସଂପର୍କରେ ଅଧିକ ସୂଚନା

60

ବିମୁଦ୍ରାକରଣ ପରେ ଦେଶରେ ଅନଲାଇନ କାରବାର କ୍ଷେତ୍ରରେ ଦେଖାଦେଇଛି ଏକ ବଡ ଧରଣ ପରିବର୍ତ୍ତନ । ଯେଉଁଆଡେ ଦେଖିବ ଚାରିଆଡେ ଚାଲିଛି ଖାଲି ଅନଲାଇନ କାରବାର । ଆଉ ଏଥିରେ ସାମିଲ ରହିଛି ଭିମ ଆପ ଭଳି ମୋବାଇଲ ୱାଲେଟ୍ ଏବଂ ଏୟାରଟେଲ ପେମେଂଟ ବ୍ୟାଙ୍କ ଭଳି ସେବା । ଏହି ଅନଲାଇନ ପେମେଂଟ କରୁଥିବା ଆପଗୁଡିକ ଟଙ୍କା କାରବାରକୁ ପୂର୍ବପେକ୍ଷା ଆହୁରି ସୁବିଧାଜନକ କରିବାରେ ସଫଳ ହୋଇପାରିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଏହି ଆପଗୁଡିକ ଜରିଆରେ ଆପଣ କେବଳ ଟଙ୍କା ପେମେଂଟ ହିଁ ନୁହେଁ ବରଂ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ତେବେ କିପରି ପଢନ୍ତୁ ପୂରା ଖବର ।

ଗୁଗଲ ଆପ

କିଛି ଦିନ ପୂର୍ବରୁ ଗୁଗଲ ୟୁପିଆଇ ଆପ ତଥା ‘ତେଜ ଲଂଚ’ କରିଥିଲା । ଏହି ଆପ ଜରିଆରେ କ୍ୟାସଲେସ ପେମେଂଟ ହିଁ ନୁହେଁ ରେଫେରାଲ ବୋନସ ମଧ୍ୟ ରୋଜଗର କରିପାରିବେ । ଏଥିରେ ୟୁଜର୍ସ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରେଫେରାଲ ବୋନସ ରୋଜଗାର କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ଗୁଗଲ ପ୍ରତ୍ୟେକ ରେଫେରାଲ ବାବଦକୁ ୫୧ ଟଙ୍କା ଦେଇଥାଏ । ଏଥିସହିତ ଗୁଗଲର ଅଫିସିଆଲ ସପୋର୍ଟ ପେଜରେ ସୂଚିତ କରାଯାଇଛି କି ପ୍ରତ୍ୟେକ ପେମେଂଟ ଉପରେ ୟୁଜରକଙ୍କୁ ଏକ ସ୍କ୍ରାର୍ଚ କାର୍ଡ ଦିଆଯିବ, ଯାହା ଜରିଆରେ ୟୁଜର ୧,୦୦୦ଟଙ୍କା ପର୍ଯ୍ୟନ୍ତ ଜିତି ପାରିବେ । ଏହା ବ୍ୟତୀତ ରିୱାର୍ଡ ପ୍ରୋଗ୍ରାମ ବି ବ୍ୟବହାର କରାଯାଉଛି ଯେଉଁଥିରେ ପ୍ରତି ସପ୍ତାହରେ ଜଣେ ୟୁଜର ୧ ଲକ୍ଷ ଟଙ୍କା ମଧ୍ୟ ଜିତି ପାରିବେ ।

ଭିମ ଆପ

ଏହି ଆପରେ ମଧ୍ୟ ରେଫେରାଲ ବୋନସ ସୁବିଧା ଉପଲବ୍ଧ । ଏହି ଆପକୁ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ରେଫର କରି ପ୍ରତିଟି ରେଫେରାଲ ବାବଦକୁ ରୋଜଗାର କରିପାରିବେ ୧୦ ଟଙ୍କା । ଏଥି ସହିତ କ୍ୟାସଲେସ କାରବାର ଜରିଆରେ ଟ୍ରେନରେ ମାଗଣାରେ ଯାତ୍ରା କରିବାର ସୁଯୋଗ ବି ମିଳିପାରେ । ତେବେ ଏଥିପାଇଁ ୟୁଜର୍ସଙ୍କୁ କେବଳ ଟିକେଟ ବୁକ୍ କରିବା ସମୟରେ ଭିମ କିମ୍ବା ୟୁପିଆଇ ଆପରେ ପେମେଂଟ କରିବାକୁ ପଡିବ । ଯଦି ୟୁଜର ଏଥିରେ ଲକି ବିଜେତା ବିବେଚିତ ହୁଅନ୍ତି ତେବେ ତାଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ ।

ସୌଜନ୍ୟ- ଦୈନିକ ଜାଗରଣ