ଜିଓ ବନାମ ଏୟାରସେଲ ! ଲଂଚ କଲା ତିନି ତିନୋଟି ଶସ୍ତା ପ୍ଲାନ । ୯୩ ଟଙ୍କା ରିଚାର୍ଜ କଲେ ମିଳିବ ୩୬୫ ଦିନର ବୈଧତା
ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଏୟାରସେଲ ଲଂଚ କରିଛି ପୁଣି ନୂଆ ଶସ୍ତା ଡାଟା ପ୍ଲାନ । ହେଲେ ଏଥରକ ଏୟାରସେଲ ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ଶସ୍ତା ଡାଟା ପ୍ଲାନ ଲଂଚ କରିଛି । ଯାହା ୯୩, ୧୭୫ ଏବଂ ୩୪୯ ଟଙ୍କିଆ ରହିଛି । ଏହି ପ୍ଲାନରେ କଂପାନୀ ଗ୍ରାହକଙ୍କୁ ଯୋଗାଇ ଦେୁଛି ଅସୀମ କଲିଂ ସହିତ ଡାଟା ଏବଂ ଏସଏମଏସ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ସଂପର୍କରେ . . .
Kanak News is now on WhatsApp
Join and get latest news updates delivered to you via WhatsApp
ସର୍ବ ପ୍ରଥମେ ଆପଣଙ୍କୁ ଏଠାରେ କହି ରଖୁଛୁ କି, ଏୟାରସେଲର ଏହି ତିନୋଟି ପ୍ଲାନ ଏବେ କୋଲକତାବାସୀଙ୍କ ପାଇଁ ଉଦ୍ଦିଷ୍ଟ । ଏୟାରସେଲର ସବୁଠାରୁ କମ ଦାମ ଥିବା ପ୍ଲାନ ତଥା ୯୩ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୩୬୫ ଦିନର ବୈଧତା । ଅର୍ଥାତ୍ ପୁରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ୨୦ ପଇସା ପ୍ରତି ମିନିଟ୍ ଦରରେ ଉଭୟ ଲୋକାଲ ଏବଂ ଏସଟିଡି କଲ କରିପାରିବେ । ଏହାବ୍ୟତୀତ ଏହି ପ୍ଲାନରେ ପ୍ରତି ମାସ ୨୫୦ ଏମବି ଡାଟା ଏବଂ ୫୦ ଏସଏମଏସ ମଧ୍ୟ ମିଳିବ । ୯୩ଟଙ୍କା ରିଚାର୍ଜ କରିବା ଉପରେ ୭୦ ଟଙ୍କାର ଟକଟାଇମ ବି ମିଳିବ ।
ସେହିପରି ଏୟାରସେଲର ୧୭୫ ଟଙ୍କିଆ ପ୍ଲାନରେ ରହିଛି ଅସୀମ ଲୋକାଲ ଏବଂ ଏସଟିଡି କଲିଂର ସୁବିଧା । ଏଥିସହିତ ୩୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା ଏବଂ ୧୦୦ ମେସେଜ ବି ମିଳିବ । ସେହିପରି ଏହାର ୩୪୯ଟଙ୍କିଆ ପ୍ଲାନରେ ୮୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ବାବଦକୁ ୧ଜିବି ଡାଟା, ଅସୀମ କଲିଂ ଏବଂ ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ ବି ମାଗଣାରେ ମିଳିବ । ଉଲ୍ଲେଖଯୋଗ୍ୟ କି, ଏହି ତିନୋଟି ଯାକ ପ୍ଲାନ ଏୟାରସେଲର ନୂଆ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।
ସୌଜନ୍ୟ: ଅମର ଉଜାଲା