ପୂର୍ବତଟ ରେଳବାଇର ମରାମତି କାର୍ଯ୍ୟପାଇଁ ୧୪ ଏକ୍ସପ୍ରେସ ଓ ୭ ପାସେଞ୍ଜର ବାତିଲ

ମରାମତି ପାଇଁ କିଛି ଟ୍ରେନ୍ ହେଲା ବାତିଲ

256

କନକ ବ୍ୟୁରୋ : ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ରେଳ ସୁରକ୍ଷା ସମ୍ପର୍କିତ ମରାମତି କାର୍ଯ୍ୟ ଫେବ୍ରୁ୍ଆରି ୮ ତାରିଖଠାରୁ ଆରମ୍ଭ ହେବ। କେତେକ ସ୍ଥାନରେ ଅତ୍ୟାଧୁନିକ କାର୍ଯ୍ୟ ହେବାକୁ ଥିବାରୁ ପୂର୍ବତଟ ରେଳପଥ ସମେତ ବିଭିନ୍ନ ଜୋନରେ ଚଳାଚଳ କରୁଥିବା ୧୪ଟି ଏକ୍ସପ୍ରେସ୍ ଓ ୭ଟି ପାସେଞ୍ଜର ଟ୍ରେନ୍କୁ ବାତିଲ୍ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ସୂଚନା ଅନୁଯାୟୀ, ଚଳିତ ମାସ ୧୪,୨୧,୨୮ ତାରିଖରେ ବିଶାଖାପାଟଣା-ଦୀଘା ଏକ୍ସପ୍ରେସ୍ ବାତିଲ ହୋଇଥିବା ବେଳେ ଦୀଘା-ବିଶାଖାପାଟଣା ଏକ୍ସପ୍ରେସ୍ ୧୫,୨୨ ଓ ମାର୍ଚ୍ଚ ୧, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍ ୧୦,୧୭,୨୪ ତାରିଖରେ, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍ ୧୩,୨୦,୨୫ ତାରିଖରେ, ପାରାଦୀପ-ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ୍ ୧୩,୨୦,୨୭ ତାରିଖରେ, ସାନ୍ତ୍ରାଗାଚ୍ଛି-ପାରାଦୀପ ଏକ୍ସପ୍ରେସ୍ ୧୨,୧୯,୨୬ ତାରିଖରେ, ପୁରୀ-ଦୀଘା ଏକ୍ସପ୍ରେସ୍ ୯,୧୬,୨୩ ତାରିଖରେ, ଦୀଘା-ପୁରୀ ଏକ୍ସପ୍ରେସ୍ ୧୦,୧୭,୨୪ ତାରିଖରେ, ସମ୍ବଲପୁର-ହାୱଡା ଏକ୍ସପ୍ରେସ୍(ଭାୟା ଅନୁଗୁଳ ଓ ଭଦ୍ରକ) ୧୫ ଓ ୨୨ ତାରିଖରେ, ହାୱଡା-ସମ୍ବଲପୁର ଏକ୍ସପ୍ରେସ୍(ଭାୟା ଭଦ୍ରକ ଓ ଅନୁଗୁଳ) ୧୬ ଓ ୨୩ ତାରିଖରେ, ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସ୍ ୮,୧୧,୧୫,୧୮,୨୨ ଓ ୨୫ ତାରିଖରେ,

କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍ ୯,୧୨,୧୬,୧୯,୨୩ ଓ ୨୬ ତାରିଖରେ, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସ୍ ୧୦,୧୨ ଓ ୧୪ ତାରିଖରେ, ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ୍(ଭାୟା-ରାୟଗଡ଼ା ଓ ଟିଟିଲାଗଡ଼) ୧୧, ୧୩ ଓ ୧୫ ତାରିଖରେ, ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ ପାସେଞ୍ଜର ୮ ଓ ୧୪ ତାରିଖରେ, କୋରାପୁଟ/ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ୯ ଓ ୧୫ ତାରିଖରେ, ଟିଟିଲାଗଡ଼-ରାୟପୁର ପାସେଞ୍ଜର ୮ ଓ ୧୪ ତାରିଖରେ, ରାୟପୁର-ଟିଟିଲାଗଡ଼ ପାସେଞ୍ଜର ୯ ଓ ୧୫ ତାରଖରେ, ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ୮ ଓ ୧୪ ତାରିଖରେ, ପାରାଦୀପ-କଟକ-ପାରାଦୀପ ପାସେଞ୍ଜର(୫୮୪୦୬/୫୮୪୦୫) ୯ରୁ ୧୯ ତାରିଖରେ, କଟକ-ଭଦ୍ରକ-କଟକ ପାସେଞ୍ଜର(୫୮୪୩୬/୫୮୪୩୫) ୯ରୁ ୧୯ ତାରିଖରେ ବାତିଲ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।