ମଦ ପିଇବାକୁ ସଫେଇ କର୍ମଚାରୀ କବାଡିବାଲାକୁ ବିକିଦେଲା ସରକାରରୀ ଫାଇଲ । ଅନେକ ବର୍ଷର ରେକର୍ଡ ହୋଇଗଲା ଗାଏବ

619

କନକ ବ୍ୟୁରୋ : ସରକାରୀ ବିଭାଗର ଅବେହେଳା ନେଇ ଆପଣ ଅନେକ ସମୟରେ ଆଶ୍ଚର୍ଯ୍ୟକର ଘଟଣାମାନ ଶୁଣିଥିବେ । କେଉଁଠି ମୂଷା କୋଟି କୋଟି ଟଙ୍କାର ଗଞ୍ଜେଇ ଖାଇଦେଉଛି ତ କେଉଁଠି ମୂଷା ଧରିବାକୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଛି । ହେଲେ ଏହି ଘଟଣା ଟିକେ ନିଆରା । ଏଠାରେ ଜଣେ ସଫେଇ କର୍ମଚାରୀ ମଦ ପିଇବାକୁ ସରକାରୀ କାର୍ଯ୍ୟାଳୟରେ ଥିବା ସମସ୍ତ ପୁରୁଣା ରେକର୍ଡ ଖାତାକୁ କବାଡିବାଲାକୁ ବିକି ଦେଇଛି ।

ଏହି ଘଟଣା ଉତ୍ତରପ୍ରଦେଶ କାନପୁରରେ ଥିବା ବିକାଶ ଭବନରେ ଘଟିଛି । ଏଠାରେ ଜଣେ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁଁ ପୁରୁଣା ସରକାରୀ ଫାଇଲ କବାଡିଆ ହାତକୁ ଚାଲିଯାଇଛି । ଏହାର କାରଣ ଭାବେ କୁହାଯାଇଛି ଯେ ଅଫିସରେ ଚାକିରି କରୁଥିବା ଏହି ସଫେଇ କର୍ମଚାରୀଙ୍କ ପାଖରେ ମଦ ପିଇବାକୁ ଟଙ୍କା ନଥିବାରୁ ସେ ସମସ୍ତ ପୁରୁଣା ଫାଇଲକୁ କବାଡିଆକୁ ବିକ୍ରି କରିଦେଇଛନ୍ତି । ମାମଲା ବାବଦରେ ଜାଣିବା ପରେ ଉପରିସ୍ଥ କର୍ମଚାରୀ ସଫେଇ କର୍ମଚାରୀଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ମାମଲାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ବିଭାଗର ଜଣେ କର୍ମଚାରୀ ଦେଖିଥିଲେ କି ସଫେଇ କର୍ମଚାରୀ ମୋହନ ଏକ ବସ୍ତାରେ କିଛି ଫାଇଲ ଭରି ବାହାରକୁ ଯାଉଥିଲେ । କର୍ମଚାରୀ ଜଣଙ୍କ ସଫେଇ କର୍ମଚାରୀଙ୍କୁ ଅଟକାଇ ବସ୍ତାକୁ ଯାଂଚ କରିବା ପରେ ସେଥିରେ ପୁରୁଣା ଫାଇଲ ଥିବା ଦେଖି ଉପରିସ୍ଥ କର୍ମଚାରୀଙ୍କୁ ଜଣାଇଥିଲେ । ହେଲେ ପଚରା ଉଚରା ପରେ ଜଣାପଡିଲା କି, ସଫେଇ କର୍ମଚାରୀ ଜଣଙ୍କ ଏହା ପୂର୍ବରୁ ମଧ୍ୟ ଅନେକ ପୁରୁଣା ଫାଇଲ କବାଡିଆକୁ ବିକ୍ରି କରି ମଦ ପିଇଦେଇଛନ୍ତି ।