ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ । ବର୍ଷା କାରଣରୁ ଅଟକିଛି ଖେଳ

175

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଉଛି । ଇନ୍ଦୋରର ହୋଲ୍କର ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ହେଲେ ବର୍ଷା କାରଣରୁ ଏବେ ମ୍ୟାଚ୍ ସ୍ଥଗିତ ରହିଛି । ଭାରତ ୯.୫ ଓଭରରେ ଗୋଟିଏ ୱିକେଟ ହରାଇ ୭୯ ରନ୍ କରିଛି । ଶୁଭମନ ଗିଲ ୨୭ ବଲରେ ୩୨ ରନ୍ ଓ ଶ୍ରେୟସ ଆୟର ୨୦ ବଲ ଖେଳି ୩୪ ରନ କରିଛନ୍ତି ।

ଭାରତୀୟ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକୱାଡ ୧୨ ବଲରୁ ୮ରନ୍ କରି ଆଉଟ ହୋଇଛନ୍ତି । ୩.୪ ଓଭରରେ ଭାରତୀୟ ଟିମ୍ ୧୬ ରନ କରି ଖେଳୁଥିବା ଗାଏକୱାଡ ଆଉଟ ହୋଇଥିଲେ । ଆଜି ଅଷ୍ଟ୍ରେଲିଆ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ପ୍ଲେଇଗିଂ ଇଲେଭେନରେ ବୁମରାହଙ୍କ ସ୍ଥାନରେ ପ୍ରସିଦ୍ଧ କୃର୍ଷ୍ଣାଙ୍କୁ ସାମିଲ କରାଯାଇଛି । ସେହିଭଳି ଅଷ୍ଟ୍ରେଲିଆ ତରଫରୁ ପ୍ୟାଟ୍ କମିସ, ମିଚେଲ ମାର୍ଶ ଓ ମାର୍କସ ଷ୍ଟୋଇନିସ୍ ଆଜି ଟିମରେ ସାମିଲ ହୋଇନାହାଁନ୍ତି ।