ବସ୍ତିରେ ପିଲାଙ୍କ ନିଆରା ପ୍ରୟାସ: ଭଳିକିଭଳି ରାକ୍ଷୀ ତିଆରି କରି ଚାଲିଛି ବିକ୍ରି, ଚନ୍ଦ୍ରଯାନ-୩ ରାକ୍ଷୀ ପାଲଟିଛି ମୁଖ୍ୟ ଆକର୍ଷଣ

107

କନକ ବ୍ୟୁରୋ: ଆଗକୁ ରାକ୍ଷୀ ପୁର୍ଣ୍ଣିମା । ଏନେଇ ରାକ୍ଷୀ ବଜାର ବେଶ ସରଗରମ ହୋଇଗଲାଣି । ରାକ୍ଷୀ କିଣିବାକୁ ଲାଗିଲାଣି ଭିଡ । ହେଲେ ଏହି ରାକ୍ଷୀ କିଣାବିକା ଭିତରେ ସୁନ୍ଦର ଓ ଭିନ୍ନ ଷ୍ଟାଇଲର ରାକ୍ଷୀ କିଣିବାକୁ ମସସ୍ତଙ୍କର ଇଚ୍ଛା । ଆଉ ଏହି ଇଚ୍ଛାକୁୁ ପୂରଣ କରିଛନ୍ତି କିଛି ବସ୍ତିର ପିଲା । ଭୁବନେଶ୍ୱର ବୁଦ୍ଧନଗର ବସ୍ତିରେ ରହୁଥିବା କିଛି ପିଲା ଏକାଠି ହୋଇଛନ୍ତି । କନଫ୍ଲୋରରୁ ନେଇ ଦିଆସିଲି କାଠି ଯାଏଁ ବ୍ୟବହାର କରି ତିଆରି କରୁଛନ୍ତି ଭଳିକିଭଳି ମନପସନ୍ଦର ରାକ୍ଷୀ । ଅଯଥାରେ ସମୟ ନଷ୍ଟ ନକରି ପ୍ରତିବର୍ଷ ଭଳି ଚଳିତଥର କରିଛନ୍ତି ଅନେକ ରାକ୍ଷୀ । ଆଉ ଚଳିତବର୍ଷ ‘ଚନ୍ଦ୍ରଯାନ-୩’ର ସଫଳତା ପରେ ଏଥର ସ୍ୱତନ୍ତ୍ର ଭାବେ ତିଆରି କରିଛନ୍ତି ‘ଚନ୍ଦ୍ରଯାନ -୩’ ରାକ୍ଷୀ । ଯାହାକି କିଣିବାକୁ ସମସ୍ତଙ୍କ ଆଗ୍ରହ ଦେଖିବାକୁ ମିଳିଛି ।