ପଗଡ଼ି ଖୋଲି ପୁଅକୁ ସମ୍ମାନ। ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାରରେ ପଗଡି ଖୋଲି ବାପାଙ୍କ ଶେଷ ସମ୍ମାନ। 

443

କନକ ବ୍ୟୁରୋ: ପଗଡ଼ି ଖୋଲି ପୁଅକୁ ଶେଷ ସମ୍ମାନ । ପୁଅର ଚିତା ଜଳୁଛି, ଏପଟେ ବାପା ମନର କୋହ ସମ୍ଭାଳିନପାରି କାନ୍ଦୁଛି । ମାଆପୁଅ ପାଇଁ ବାହୁନିବାହୁନି ତଳେ ଗଡିଯାଉଛନ୍ତି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନିଜ ଗାଁରେ ତାଙ୍କର ଶେଷ ଯାତ୍ରାବେଳେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ । ତେବେ ସମସ୍ତେ ସେତେବେଳେ ଭାବବିହ୍ୱଳ ହେଲେ ଯେତେବେଳେ ସିଦ୍ଧୁଙ୍କ ବାପାଙ୍କ ଶବ ଜଳିବା ବେଳେ ତାଙ୍କ ବାପା ପୁଅକୁ ସମ୍ମାନ ଜଣାଇ ମୁଣ୍ଡରେ ପିନ୍ଧିଥିବା ପଗଡି ଖୋଲି ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ । ପଗଡି ଖୋଲି ସେ ଭୋ ଭୋ ହୋଇ କାନ୍ଧି ପଗଡିଙ୍କୁ ଲୋକଙ୍କୁ ଦେଖାଇଥିଲେ ।

ସବୁ ବାପାମାଆ ଚାହିଁଥାନ୍ତି ସେ ମଲାବେଳେ ତାଙ୍କ ପୁଅ ତାଙ୍କୁ କାନ୍ଧ ଦେବ । କାନ୍ଧରେ ନେଇ ମଶାଣିରେ ମୁହଁରେ ନିଆଁ ଦେବ କିନ୍ତୁ ଯେତେବେଳେ ତାର ବିପରୀତ ଘଟଣା ଘଟେ ବାପାମାଆଙ୍କ ଉପରେ ଦୁଃଖର ଅନ୍ଧକାର ଘୋଟିହୋଇଯାଏ । ଠିକ ସମାନ କଥା ସିଦ୍ଧୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ଏଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ରବିବାର ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପରଦିନ ଅର୍ଥାତ ୩୦ ତାରିଖରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ମଙ୍ଗଳବାର ପରିବାରକୁ ଶବ ହସ୍ତାନ୍ତର ହୋଇଥିଲା । ଦ୍ୱିପ୍ରହରରେ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଲକ୍ଷ  ଲକ୍ଷ ଲୋକଙ୍କ ଭିଡ ଜମିଥିଲା । ସିଦ୍ଧୁଙ୍କ ବାପାମାଆଙ୍କ ଅବସ୍ଥା ମଧ୍ୟ ଠିକ୍ ନଥିଲା । ସିଦ୍ଧୁଙ୍କ ମାଆ ତାଙ୍କ ଶବରେ ପଗଡି ପିନ୍ଧାଇବା ପାଇଁ ତାଙ୍କ ଚୁଟି ବାନ୍ଧିଥିଲେ ।

ପୋଲିସର କହିବାକଥା ସିଦ୍ଧୁଙ୍କ ଉପରେ ୩୦ ରାଉଣ୍ଡ ଗୁଳି ଚଳାଯାଇଥିଲା । ସିଦ୍ଧୁଙ୍କ ଶରୀରେ ପ୍ରାୟ ୨୪ଟି ଗୁଳିର ଦାଗ ଥିଲା । ଗୋଟିଏ ଗୁଳି ମୁଣ୍ଡର ହାଡରେ ଲାଗିରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସିଦ୍ଧୁଙ୍କ ଅସଲି ନାଁ ଶୁଭଦୀପ ସିଂହ । ତେବେ ସେ ଘରେ ଘରେ ସିଦ୍ଧୁ ମୁସେୱାଲା ଭାବେ ପରିଚିତ । ସିଦ୍ଧୁଙ୍କୁ ତାଙ୍କ ଟ୍ରାକ୍ଟର ୫୯୧୧ ବହୁତ ପସନ୍ଦ ଥିଲା । ଯେତେବେଳେ ତାଙ୍କ ଅନ୍ତିମ ଯାତ୍ରା ବାହାରିଥିଲା ସେତେ ଏହି ଟ୍ରାକ୍ଟରକୁ ଫୁଲରେ ସଜାଇଦିଆଯାଇଥିଲା । ଗାଡିର ଆଗରେ ତାଙ୍କର ପୋଷ୍ଟର ଲଗାଯାଇଥିଲା । ସିଦ୍ଧୁକୁ ବନ୍ଧୁକ ପସନ୍ଦ ଥିବାରୁ ଶେଷ ଯାତ୍ରାରେ ଏକେ-୪୭ରେ ଗୋଟିଏ ଷ୍ଟିଲ ଆକୃତ୍ତି ରଖାଯାଇଥିଲା । ଏହାକୁ ଦେଖିବା ପରେ ସମସ୍ତେ ଭାବବିହ୍ୱଳ ହୋଇଥିଲେ ।