ତିହାର ଜେଲରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର । ଉତରାଖଣ୍ଡରୁ ୬ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଲା ପୋଲିସ ।

343

କନକ ବ୍ୟୁରୋ: କାନାଡ଼ାରୁ ତିହାର ଜେଲ । ମୁସେୱାଲାଙ୍କ ପାଇଁ ହୋଇଥିଲା ମର୍ଡର ପ୍ଲାନ । ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବରାର ଓ ତିହାର ଜେଲରେ ଥିବା ସହଯୋଗୀ ଲରେନ୍ସ ବିଶ୍ନୋଇ ଏକାଠି ମିଶି ରଚିଥିଲେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର । ଏହି ସୁରାକ ମିଳିବା ପରେ ପଂଜାବ ପୁଲିସ ଆକ୍ସନ ମୋଡରେ ଓ ଜେଲରୁ ଲରେନ୍ସ ବିଶ୍ନୋଇଙ୍କୁ ଆରମ୍ଭ କରିଛି ଖୋଲତାଡ । ଘଟଣାରେ ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ ।

ସାମ୍ନାକୁ ଆସିଛି ପଂଜାବୀ ଲୋକପ୍ରିୟ ସିଙ୍ଗର ସିଦ୍ଦୁ ମୁସେୱାଲାଙ୍କ ହତ୍ୟାର କିଛି ସମୟ ପୁର୍ବ୍ରର ସିସିଟିଭି ଚିତ୍ର । ମୁସେୱାଲା ଏହି ମହିନ୍ଦ୍ରା ଥର ଗାଡିରେ ଯାଉଥିିଲେ ଏବଂ ପଛରେ ତାଙ୍କୁ ଫିଛା କରୁଥିଲେ ଅପରାଧୀ । ଏହି ଜଣାଶୁଣା ତଥା ଲୋକପ୍ରିୟ ଗାୟକଙ୍କୁ ହତ୍ୟା ପାଇଁ ତିହାର ଜେଲରେ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବରାର ଓ ତିହାର ଜେଲରେ ରହି ଗ୍ୟାଙ୍ଗ ଅପରେଟ କରୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ମିଳିତ ଷଡଯନ୍ତ୍ରକରି ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମଭାବେ ହତ୍ୟା କରିଥିବା ସୁରାକ ମିଳିଛି । ସେପଟେ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ ଗଠନ କରିଛି ପଂଜାବ ପୁଲିସ

ସିଦ୍ଦୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଏକ ବଡ ଧରଣର ସଡଯନ୍ତ୍ର ରଚାଯାଇଥିଲା ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବରାର ଓ ତିହାର ଜେଲରେ ଥିବା କୁକ୍ଷାତ ଅପରାଧୀ ଲରେନ୍ସ ବିଶ୍ନୋଇ ଏକାଠି ମିଶି ସିଦ୍ଧୁ ମୁସେୱାଲଙ୍କ ହତ୍ୟା ଷଡଯନ୍ତ୍ର ରଚିଥିବା ପୁଲିସ ସ୍ପଷ୍ଟ କରିଛି । ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଅନୁସାରେ ସିଦ୍ଧୁଙ୍କ ଗାଡିକୁ ଦୁଇପଟୁ ଘେରି ଦୁବୁର୍ତମାନେ ଆଖି ବୁଜା ଗୁଳିମାଡି କରି ଫେରାର ହୋଇଥିଲେ । କିଛି ଦିନ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ସିଦ୍ଧୁଙ୍କୁ ହତ୍ୟା ଧମକ ଦେବା କଥା ମଧ୍ୟ ସାମ୍ନାକୁ ଆସିଛି । ଘଟଣାକୁ ବିରୋଧ କରି ପଂଜାବ ସରକାରଙ୍କ ବିରୁଦ୍ଦରେ ଅନେକ ସ୍ଥାନରେ ପ୍ରଦର୍ଶନ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଘର ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ସେପଟେ ଘଟଣା ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି ।

ପୁଲିସର ପ୍ରାଥମିକ ତଦନ୍ତ କହୁଛି ଗ୍ୟାଙ୍ଗୱାର ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଛି । କିଛି ଦିନ ପୂର୍ବରୁ ଗୋଲଡି ବରାର ସହଯୋଗୀ ଭିକି ମୁଦେରାର ହତ୍ୟା କରି ସିଦ୍ଧୁ ମୁସେୱାଲାଙ୍କ ମ୍ୟାନେଜର ଅଷ୍ଟ୍ରେଲିଆ ଫେରାର ହୋଇଥିଲା । ଏହା ପରଠୁ ସିଦ୍ଧୁଙ୍କଠୁ ପ୍ରତିଶୋଧ ନେବା ପାଇଁ ମୌକା ଖୋଜୁଥିଲା କାନାଡାରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବରାର । ଶନିବାର ପଂଜାବ ସରକାର ସିଦ୍ଧୁଙ୍କ ସୁରକ୍ଷା ବ୍ୟବସ୍ଥା କୋହଳ କରି କେବଳ ଦୁଇ ଜଣ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ । ଏବଂ ରବିବାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଛି । ଶିକାର ହୋଇଥିଲେ । ସିଦ୍ଦୁ ମୋଶେୱାଲାଙ୍କ ହତ୍ୟା ପଂଜାବ ରାଜନୀତିରେ ତାତି ବଢାଇଛି ।