ସାଇକେଲ ଚଲାଇ ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ ମହାପାତ୍ର । ପରିବେଶ ସୁରକ୍ଷା ନେଇ ନେତା, ମନ୍ତ୍ରୀ, ଜନସାଧାରଣଙ୍କୁ ଦେଲେ ବାର୍ତ୍ତା ।

1,160

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର  । ବିଧାୟକ ହେବା ପରେ ଆଜି ଶପଥ ନେବାକୁ ବିଧାନସଭାରେ ପହଞ୍ଚିିଛନ୍ତି । ତେବେ ସାଇକେଲରେ ବିଧାନସଭା ଆସିବା ସହ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି  ।  ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି  ।