ଚର୍ଚ୍ଚାରେ ଦାନବୀର ତ୍ୟାଗରାଜନ : କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ୬ହଜାର କୋଟି ଦାନ କରିବାକୁ ଘୋଷଣା 

409

କନକ ବ୍ୟୁରୋ : ଚର୍ଚ୍ଚାରେ ଦାନବୀର । କୋଟିଏ କି ଦୁଇକୋଟି ନୁହେଁ ପୂରା ୬ହଜାର ୨ଶହ ୧୦କୋଟି ଟଙ୍କା ଦାନ କରିବାକୁ ନିଷ୍ପତି ନେଇ ଚର୍ଚ୍ଚାରେ ଶିଳ୍ପପତି ତ୍ୟାଗ୍ରାଜନ । ଶ୍ରରାମଗ୍ରୁପର ପ୍ରତିଷ୍ଠାତା ନିଜର ଏହି କାମ ପାଇଁ ଏବେ ଯେତିକି ଚର୍ଚ୍ଚାରେ ରହିଛନ୍ତି ସେତିକି ଧନ୍ୟବାଦ ଓ ଆର୍ଶୀବାଦ ମଧ୍ୟ ସାଉଁଟୁଛି । ଏହି ବିରାଟ ଅର୍ଥକୁ ସେ ନିଜର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ଦାନ କରିବାକୁ ଘୋଷଣା କରିଛନ୍ତି ।

ତାମିଲନାଡୁର ଏକ ଚାଷୀ ପରିବାରରେ ଜନ୍ମ କରିଥିବା ତ୍ୟାଗରାଜନ ୧୯୭୪ ମସିହାରେ ଶ୍ରୀରାମ କମ୍ପାନୀ ସହ ବ୍ୟବସାୟ ଦୁନିଆରେ ପାଦ ଦେଇଥିଲେ । ଦୁଇଜଣ ବନ୍ଧୁଙ୍କ ସହ ମିଶି ପ୍ରତିଷ୍ଠା କରିିଥିବା ଏହି କମ୍ପାନୀ ପ୍ରଥମେ ଚିଟଫଣ୍ଡ ଓ ପରେ ଋଣ ଓ ବୀମା ବ୍ୟବସାୟରେ ପ୍ରବେଶ କରିଥିଲା । ଶ୍ରୀରାମ ଫାଇନାନ୍ସ ହେଉଛି ଦେଶର ଅଗ୍ରଣୀ ଅଣବ୍ୟାଙ୍କିକ ଋଣ ପ୍ରଦାନକାରୀ କମ୍ପାନୀ ଅଟେ । ସବୁଠୁ ବଡ କଥା ହେଉଛି ତ୍ୟାଗରାଜନ ନିଜ ଜୀବନ କାଳରେ ବିନା ସିଭିଲ ସ୍କୋର ଓ କମ ସୁଧରେ ଲୋକଙ୍କୁ ଋଣ ଦେଇଛନ୍ତି ।

ବର୍ତ୍ତମାନ ଶ୍ରୀରାମଗ୍ରୁପର ୩୦ଟି ଶାଖା ଦେଶବିଦେଶରେ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ନିଜ ପାଇଁ ଗୋଟିଏ କାର ଓ ଘର ରଖି ସବୁ ସମ୍ପତି ଦାନ କରିଛନ୍ତି ତ୍ୟାଗରାଜନ । ୨୦୧୩ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କୋଟିକୋଟି ଟଙ୍କା ସମ୍ପତିର ମାଲିକ ତ୍ୟାଗରାଜନ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ । ସେ ଭାବନ୍ତି ମୋବାଇଲ ବ୍ୟବହାର କଲେ ଧ୍ୟାନ ହଟିଥାଏ ।