ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜେନ୍ଦ୍ରାଭିଷେକ ନୀତି । ଆସନ୍ତା କାଲି ରୁକ୍ମିଣୀ ହରଣ ନୀତି ପାଇଁ ଚାଲିଛି ପ୍ରସ୍ତୁତି ।

66

କନକ ବ୍ୟୁରୋ: ଜୁନ ୨୨ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଆଉ ଆଜି ହେଉଛି ରାଜେନ୍ଦ୍ରାଭିଷେକ ନୀତି । ତେଣୁ ଆଜିଠୁ ନୀତି ଶୃଂଖଳିତ କଲେ ସ୍ନାନପୁର୍ଣିମା ନୀତି ବି ଶୃଙ୍ଖଳିତ ହେବ । ତେଣୁ ଶ୍ରୀମନ୍ଦିରରେ ଆଜି ଶୃଂଖଳିତ ନୀତି ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକଦଶୀରେ ଅଧିକ ନୀତି ଥିବାରୁ ତା ଉପରେ ଗୁରୁତ୍ୱ ରହିଛି। ସେପଟେ ଆଜି ତିନି ରଥର ଉଠିଲା ଚାରି ନାହାକା । ଆଉ ରଥ ଯାତ୍ରା ପୂର୍ବରୁ ସରିବ ରଥକାର୍ୟ୍ୟ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା । ସ୍ନାନପୁର୍ଣିମା ପୂର୍ବରୁ ଉଠିଲା ତିନି ରଥର ଚାରି ନାହାକା।

ସେପଟେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ଆଉ ଏକ ବିଧି ସରିଛି । ଆଜି ତିନି ରଥର ଦଣ୍ଡା ଉପରେ ଭୁଇଁ ବସିବା ପରେ ଚାରୀନାହାକା ଡେରା ହୋଇଛି । ପ୍ରତ୍ୟେକ ରଥରେ ଚାରିଟି ଲେଖାଏଁ ନାହାକା ମୋଟ ୧୨ଟି ନାହାକା ଠିଆ କରାଯାଇଛି । ଏହାପରେ ୧୪ଟି ନାହାକା ଠିଆ କରାଯିବ ବୋଲି ମହାରଣାମାନେ ସୂଚନା ଦେଇଛନ୍ତି ।