ଆମେରିକାର ଏକ ରିୟାଲିଟି ସୋରେ ଭାରତୀୟ ଡାନ୍ସ ଗ୍ରୁପର ଜଲୱା ! ନାଚ ଦେଖି ନାଚିଲେ ବିଦେଶୀ

65

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ବେଶ୍ ଭାଇରାଲ ହେଉଛି । ଭାରତର ଏକ ଡାନ୍ସ ଗ୍ରୁପର ଭିଡ଼ିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ପରି ଦୁନିଆର କୋଣ ଅନୁକୋଣରେ ସମସ୍ତେ ରିୟାଲିଟି ସୋ’କୁ ବହୁତ ପସନ୍ଦ କରନ୍ତି । ଇଣ୍ଡିଆର ଏକ ଡାନ୍ସ ଗ୍ରୁପ୍ ଆମେରିକାରେ ଏକ ରିୟାଲିଟି ସୋରେ ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀଙ୍କ ଗୀତରେ ଡାନ୍ସ କରିଥିଲେ । ଯାହା ଦେଖି ଆମେରିକୀୟ ମାନେ ରହିପାରି ନଥଲେ । ସେମାନେ ମଧ୍ୟ ଡାନ୍ସ କରିବାରେ ଲାଗିଲେ ।

‘ସୋ ଟାଇମ୍ ଆଟ୍ ଦ ଆପୋଲୋ’ରେ ଇଣ୍ଡିଆରେ ଡାନ୍ସ ଗ୍ରୁପ୍ ଡାନ୍ସ କରିଥିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ ସମସ୍ତେ । ଭାରତୀୟ ଡାନ୍ସ ଗ୍ରୁପର ଡାନ୍ସ ଦେଖି ବିଭୋର ହୋଇଯାଇଥିଲେ ଦର୍ଶକ । ଏହି ସୋ’ରେ କମେଡ଼ି ଡାନ୍ସ ଠାରୁ ଆରମ୍ଭ କରି ଡାନ୍ସ ସବୁ କିଛି ପ୍ରଦର୍ଶିତ ହୁଏ । ଇଣ୍ଡିଆନ୍ ଡାନ୍ସିଂ ସୁପରଷ୍ଟାରର ବିଜେତା ଶ୍ରେୟ ଖନ୍ନା ଓ ତାଙ୍କ ଗ୍ରୁପ୍ ଆମେରିକାରେ ଡାନ୍ସ କରିଛନ୍ତି ।

ଶ୍ରେୟ ଓ ତାଙ୍କ ଗ୍ରୁପ୍ ଚିରଞ୍ଜିବୀଙ୍କ ସୁନ୍ଦରୀ ଗୀତରେ ଡାନ୍ସ କରିଥିଲେ । ସେମାନେ ମାଇକେଲ ଜ୍ୟାକସନଙ୍କ ମୁଭରେ ଏହି ଡାନ୍ସ କରିଥିଲେ । ଯାହାକୁ ଆମରେିକରୀୟମାନେ ଖୁବ ପସନ୍ଦ କରିଛନ୍ତି । ଏହି ସୋକୁ ହୋଷ୍ଟ କରୁଛନ୍ତି ଏମୀ ଆୱାର୍ଡ଼ର ବିଜେନା ଷ୍ଟିଭ୍ ହାର୍ଭ । ଏହି ଡାନ୍ସ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।