ଜେଲରୁ ଫେରାର ଅଭିଯୁକ୍ତର ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଜୀବନ ସାହୁର କଟୁରୀ ଚୋଟରେ ଆଈ ମୃତ

542

କନକ ବ୍ୟୁରୋ : ଜେଲରୁ ଫେରାର ଅଭିଯୁକ୍ତର ଉନ୍ମତ୍ତକାଣ୍ଡ । ଅଭିଯୁକ୍ତ ଜୀବନ ସାହୁର କଟୁରୀ ଚୋଟରେ ଆଈ ମୃତ । ୨ଜଣ ଆହତ ବାଲିକୁଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତକୁ କାବୁ କରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି । ବାଲିକୁଦା ଥାନା ଗଦେଇଗିରି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।

ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ମାମୁଁ ଘର ଆଈ ମାଆକୁ ହାଣି ହତ୍ୟା କଲା ନାତି । ମୃତ ଆଈ ମାଆ ସଖି ଲତା ସାହୁ । ଅନ୍ୟ ଦୁଇ ଜଣ ହେମଳତା ଦାସ ଓ ସନ୍ଧ୍ୟାରାଣୀ ଦାସ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ଓରଫ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରହିଛି । ଅଭିଯୁକ୍ତ ସମୀର ସାହୁ ଗତ ୨୦୨୨ ମସିହାରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ପ୍ରେମ କରି ଘରୁ ଉଠାଇ ନେଇ ଯିବା ସହ କିଛି ଦିନ ପରେ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲା ।

ଏହି ଘଟଣାରେ ବାଲିକୁଦା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଗତସିଂହପୁର ଉପକାରାଗାରରେ ତାକୁ ରଖା ଯାଇଥିଲା । ତେବେ କୌଶଳ କ୍ରମେ କାରାଗାରରୁ ସମୀର ଫେରାର ହୋଇ ଯାଇଥିଲା । ସେହିଦିନୁ ସେ କେଉଁ ଆଡେ ଲୁଚିକରି ରହିଥିବା ବେଳେ ଆଜି ସକାଳୁ ହଟାତ୍ ଘରକୁ ଆସି ଏକ ଭୁଜାଲିରେ ନିଜ ଜେଜେ ମାଆକୁ ହାଣି ମୁଣ୍ଡ ଅଲଗା କରି ଦେବା ସହ ସମ୍ପୃକ୍ତ ଯୁବତୀଙ୍କର ମାଆ ଖୁଡି ଓ ଅନ୍ୟ ଦୁଇ ଜଣଙ୍କୁ ହାଣି ଗୁରୁତର କରିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ କାବୁ କରି ଅଟକ ରଖିଛି ।