ଛୋଟ ପରଦାରେ କେମିତି ଥିଲା ବାଦଶାହାଙ୍କ ଜୀବନ : ଭାଇରାଲ ହେଉଛି ସର୍ଟ ଫିଲ୍ମ ୧୯୯୧

129

shahrukh-khan_0ବଲିଉଡ ବାଦଶାହା , ବଲିଉଡ ସୁପରଷ୍ଟାର , ରୋମାଂଟିକ୍ ହିରୋ । ଏମିତି ଅନେକ ଟାଗ୍ ଲାଇନ ତାଙ୍କ ନାଁ ପଛରେ । ସେ କିଏ ଜାଣନ୍ତି ? ସେ ହେଉଛନ୍ତି ଆଖିରେ ଅଖିରେ କଥା କହୁଥିବା ଅଭିନୟ ଜିଆଂଟ ଶାହାରୁଖ ଖାନ୍ 

ସମସ୍ତେ ଜାଣନ୍ତି ସିଲଭର ସ୍କ୍ରିନରେ ରାଜ କରିବାର ବହୁ ଆଗରୁ ଶାହାରୁଖଙ୍କ ଯାତ୍ରା ଛୋଟ ପରଦାରୁ ହୋଇଥିଲା । ଦୂରଦର୍ଶନରେ ଆକରିଂ ଏବଂ ଟିଭି ସିରିୟଲ ଫୈାଜିସର୍କସ  ଛୋଟ ପରଦାରେ ତାଙ୍କର ଅଭିନୟର ମାଇଲ ଖୁଂଟ । ଏବେ ୟୁଟୁବରେ ଏହି ବଲିଉଡ ବାଦଶାହା ଶାହାରୁଖଙ୍କ ଏକ ସର୍ଟ ଫିଲ୍ମ ଅପଲୋଡ ହୋଇଛି । ୧୯୯୧ରେ ‘ ମହାନ କର୍ଜ ’ ଟାଇଟଲରେ ସର୍ଟ କ୍ଲାସିକାଲ ଫିଲ୍ମରେ ଅଭିନୟ କରିଥିଲେ ଶାହାରୁଖ । ଗୋଟିଏ ଦିନରେ ଏହି ଭିଡିଓକୁ ୩୦୦୦ରୁ ଅଧିକ ଭିୟୁଜ୍ ମିଳିଛି ।

2011 Dubai International Film Festival - Day 2୧୭ ମିନିଟର ଏହି ସର୍ଟ କ୍ଲାସିକାଲ ଫିଲ୍ମରେ ଶାହାରୁଖ ଜଣେ ସ୍ମାର୍ଟ ଓ ବୁଦ୍ଧିମାନ ଯୁବକ ଚରିତ୍ରରେ ନଜର ଆସିଛନ୍ତି । ଜଣେ ରାଜାଙ୍କ ଦରବାରରେ କାମ ଅନ୍ୱେଷଣରେ ଯାଇଛନ୍ତି । ଏହି ଟେଲି ଫିଲ୍ମ ଭିଡିଓକୁ ଦେଖିଲେ ଲାଗୁଛି ଆଜି ଶାହାରୁଖ କାହିଁକି ବଲିଉଡରେ ରାଜ୍ କରୁଛନ୍ତି ।

ଏହି ଫିଲ୍ମରେ ହିଁ ଜଣାପଡିଥିଲା ଶାହାରୁଖଙ୍କ ଅଭିନୟର ଦକ୍ଷତା ଓ କଳାକୈାଶଳ । ଏଥିରେ ଥିଲା ତାଙ୍କ ହସ ,କାନ୍ଦ ଓ ବିରହ । କିନ୍ତୁ ଗୋଟିଏ ଜିନିଷ ଲଭ୍ ଓ ରୋମାନ୍ସକୁ ସେହି ଫିଲ୍ମରେ ତାଙ୍କର ଦେଖିବାକୁ ମିଳିନଥିଲା । କିନ୍ତୁ ପରେ ବଡ ପରଦାରେ ଏହି ରୋମାଂନ୍ସର ଯାଦୁ ଦେଖିବାକୁ ମିଳିଥିଲା । ୧୯୯୫ର ବ୍ଲକ୍ ବ୍ଲଷ୍ଟର ଫିଲ୍ମ ଦିଲ ୱାଲେ ଦୁଲହନିଆଁ ଲେ ଜାୟେଙ୍ଗେରେ , ଶାହାରୁଖ ଦେଖେଇଥିଲେ କମାଲ ।

ଏବେ ସେହି ଅଭୂଲା ଅତୀତ ୧୯୯୧ର ଟେଲି ଫିଲ୍ମ ‘ମହାନ କର୍ଜ ’ ର ଭିଡିଓରୁ ଦେଖନ୍ତୁ ଆଜିର ରୋମାଂଟିକ ହିରୋ ଶାହାରୁଖଙ୍କ ଅନୁଭବୀ ଅଭିନୟ –