ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଗ୍ରାହକଙ୍କ ଉପରେ ଯୌନ ନିର୍ଯାତନା ମାମଲା କରି ପାରିବେନି ଦେହଜୀବୀ

54

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଗ୍ରାହକ ଟଙ୍କା ନଦେଲେ ସେମାନଙ୍କ ଉପରେ ଯୌନ ନିର୍ଯାତନା ମାମଲା ରୁଜୁ କରି ପାରିବେନି ଦେହଜୀବୀ । ବେଙ୍ଗାଲୁରୁର ୨୦ ବର୍ଷ ତଳର ଏକ ମାମଲାର ଶୁଣାଣୀ ବେଳେ ସୁପ୍ରିମକୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି । ଏହା ସହ କହିଛନ୍ତି ଏପରି ମାମଲାରେ ପୀଡିତା ଦେଇଥିବା ପ୍ରମାଣକୁ ଯଦିଓ ଗୁରୁତ୍ୱ ଦିଆଯାଇପାରେ କିନ୍ତୁ ସତ୍ୟ ବୋଲି ଧରାଯିବ ନାହିଁ ।

ସୂଚନା ଅନୁସାରେ, ବେଙ୍ଗାଲୁରୁରେ ବେଶ୍ୟାବୃତ୍ତି କରୁଥିବା ଜଣେ ମହିଳା ୩ଜଣ ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ । କାରଣ ସେମାନେ ରାତି ବିତାଇବା ପରେ ଉକ୍ତ ମହିଳାଙ୍କୁ ପ୍ରାପ୍ୟ ଟଙ୍କା ଦେଇ ନଥିଲେ । ଆଉ ଏନେଇ ମହିଳା ଜଣକ କେସ୍ କରିଥିଲେ । ତେବେ ମାମଲା ଉପରେ କର୍ଣ୍ଣାଟକ କୋର୍ଟର ରାୟକୁ ବିରୋଧ କରି ଅଭିଯୁକ୍ତ ମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମାମଲାରେ ଅଭିଯୁକ୍ତ ମାନଙ୍କୁ ନିର୍ଦୋଷରେ ଖଲାସ୍ କରିବା ସହ ଏହି ଐତିହାସିକ ରାୟ ଶୁଣାଇଥିଲେ ।

ଏହା ସହ ଦେଖନ୍ତୁ : ମହଙ୍ଗା ପଡିଲା ମଉଜ! ଯୌନଦାସୀଙ୍କ ସହ ରାତି ବିତାଇ ଗିରଫ ହେଲେ ଯୁବକ