ଆହାର ଉପରେ ପରିବା ପାହାର । ଦର ବଢ଼ିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ସେପଟେ ବର୍ଗରରୁ ଗାଏବ ହୋଇଗଲା ଟମାଟୋ

200

କନକ ବ୍ୟୁରୋ: ଆହାର ଉପରେ ପରିବା ପାହାର । ପରିବା ଦର ବଢ଼ୁଥିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ଡାଲମାର ପରିମାଣ ଓ ଗୁଣବତ୍ତା ସହ କୌଣସି ସାଲିସ୍ କରୁନାହାନ୍ତି ସମ୍ବଲପୁରର ସ୍ୱୟଂ ସହାୟକ ଗୋଷ୍ଠୀ । ତେଣୁ ପ୍ରତିଦିନ କ୍ଷତି ସହୁଛନ୍ତି ଆହାର ବାଣ୍ଟୁଥିବା ଏସଏଚଜି । ସେପଟେ ବର୍ଗରରୁ ଗାଏବ ହୋଇଯାଇଛି ଟମାଟେ । ମ୍ୟାକଡୋନାଲ୍ଡ ପରି କମ୍ପାନୀର ବର୍ଗରରେ ନାହିଁ ଟମାଟୋ । କମ୍ପାନୀ ସଫେଇ ଦେଇ କହିଛି, ଦର ନୁହେଁ ଗୁଣବତ୍ତା ଠିକ୍ ନଥିବାରୁ କରାଯାଇଛି ବନ୍ଦ ।

  • ଆହାର ଉପରେ ପରିବା ପାହାର
  • କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ

ପରିବା ଦର ବଢିଛି । ହେଲେ ଆହାର ପାଇଁ ରୋଷେଇ ହେଉଥିବା ଡାଲମାରେ ପୂର୍ବରୁ ଯେମିତି, ଯେତିକି ପରିମାଣର ପରିବା ପଡୁଥିଲା ସେମିତି ପଡୁଛି । ଡାଲମାର ପରିମାଣ ଓ ଗୁଣବତା ସହ କୌଣସି ସାଲିସ କରୁନାହାନ୍ତି ସମ୍ବଲପୁରର ଏହି ସ୍ୱୟଂ ସହାୟକ ଗୋଷ୍ଠୀ । ତେଣୁ ପ୍ରତିଦିନ କ୍ଷତି ସହୁଛନ୍ତି ଆହାର ବାଂଟୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ । ବର୍ତମାନ ଦିନକୁ ୫ରୁ ୬ ହଜାର ମିଲ ପ୍ରସ୍ତୁତ ହେଉଥିବା ବେଳେ ୫ରୁ ୬ ହଜାର ଟଙ୍କା କ୍ଷତି ହେଉଥିବା କହିଛନ୍ତି ଏସଏଚଜି ସଦସ୍ୟ ।

  • ବର୍ଗରରୁ ବାଦ୍ ପଡିଲା ଟମାଟୋ
  • ସଫେଇ ରଖିଲା ମ୍ୟାକଡୋନାଲ୍ଡ କମ୍ପାନୀ

ପନିପରିବା ଭିତରେ ଟମାଟୋର ଦର ଆକାଶ ଛୁଆଁ ହୋଇଛି । ରୋଷେଇ ଘରୁ ଉଭାନ ହୋଇଥିବା ଟମାଟୋ ଏବେ ଫାଷ୍ଟଫୁଡ ଥାଳିରେ ବି ଦେଖିବାକୁ ମିଳୁନାହିଁ । ଦର ବୃଦ୍ଧି ପରଠୁ ମ୍ୟାକଡୋନାଲ୍ଡର ବର୍ଗରରୁ ଟମାଟୋକୁ ବାଦ ଦିଆଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ କମ୍ପାନୀ ସଫେଇ ରଖିଛି ।

କମ୍ପାନୀ କହିଛି ଦର ବୃଦ୍ଧି ପାଇଁ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇନାହିଁ । କମ୍ପାନୀର ଗୁଣବତ୍ତା ମାନକ ଅନୁଯାୟୀ ଟମାଟୋ ମିଳୁନଥିବାରୁ ସାମୟିକ ଭାବେ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ଗର ପରି କିଛି ଲୋକପ୍ରିୟ ଖାଦ୍ୟରୁ ଟମାଟୋ ଗାଏବ ହୋଇଯିବା ନେଇ ସୋସିଆଲ ମିିଡିଆରେ ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି ।