କଟକରେ ଖୋଲିଲା ଏଏସଜି ଆଇ ହସ୍ପିଟାଲର ଦ୍ୱିତୀୟ ଶାଖା । ସ୍ୱଳ୍ପ ଖର୍ଚ୍ଚରେ ରୋଗୀଙ୍କୁ ମିଳିବ ଉନ୍ନତ ମାନର ଚିକିତ୍ସା ।

467

କନକ ବ୍ୟୁରୋ: କଟକରେ ଖୋଲିଲା ଏଏସଜି ଆଇ ହସ୍ପିଟାଲର ଦ୍ୱିତୀୟ ଶାଖା । ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ପୁରା ଦେଶରେ ଏଏସଜିର ୧୮୫ଟି ଶାଖା ଥିବା ବେଳେ ଓଡ଼ିଶାରେ ଏହା ଦ୍ୱିତୀୟ ଶାଖା । ଲୋକଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ମୂଳ ଲକ୍ଷ୍ୟ ଏଏସଜି ଆଇ ହସ୍ପିଟାଲର ମୂଳ ଲକ୍ଷ୍ୟ । ପୁରା ଦେଶରେ ଏଏସଜି ଆଇ ହସ୍ପିଟାଲ ଏକ ପ୍ରତିଷ୍ଠିତ ହସ୍ପିଟାଲ ହୋଇଥିବା ବେଳେ ଗ୍ରାହକ ମାନେ ମଧ୍ୟ ସେବାରେ ସନ୍ତୁଷ୍ଟ ବୋଲି ହସ୍ପିଟାଲ କତୃପକ୍ଷ କହିଛନ୍ତି ।