୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡି ।

841

କନକ ବ୍ୟୁରୋ: ୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି କିନ୍ତୁ ସତ । ଜଣେ ୪୨ ଇଞ୍ଚର ପୁଅକୁ ବିବାହ କରିଛନ୍ତି ଜଣେ ୪୭ ଇଞ୍ଚର ଝିଅ । ବିହାରର ସାରଣ ଜିଲ୍ଲାରୁ ଆସିଛି ଏପରି ଖବର । ଯେଉଁଠି ସ୍ଥାନୀୟ ଏକ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହେଇଛି ।

ଉଚ୍ଚତା କମ୍ ହେଇଥିବା କାରଣରୁ ଏହି ଦୁଇ ପୁଅ ଝିଅଙ୍କ ବିବାହ ହେଇପାରୁନଥିଲା । ଏହାକୁ ନେଇ ଦୁଇଜଣଙ୍କ ପରିବାର ଲୋକ ମଧ୍ୟ ଚିନ୍ତାରେ ଦିନ କାଟୁଥିଲେ । ହେଲେ ଭଗବାନ ଏବେ ଦୁହିଁଙ୍କୁ ମିଳାଇବା ସହିତ ଏହି ବିବାହ ଅନୁଷ୍ଠିତ ହେଇଛି । ତେବେ ଏହି ବିବାହ ପରେ ଦୁହିଁଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ପିଲାଟି ଦିନରୁ ରୋହିତ ନିଜର ଉଚ୍ଚତାକୁ ନେଇ କେବେ ବି ଦୁଃଖ କରିନଥିଲେ । ପାଠ ପଢିବା ସହିତ ରୋହିତ କମ୍ପାଉଣ୍ଡର କାମ ମଧ୍ୟ କରିଥାନ୍ତି ଏବଂ ଭଲ ଚାକିରି ଖଣ୍ଡେ ମଧ୍ୟ କରିଛନ୍ତି । ତେବେ ଲୋକମାନେ କିନ୍ତୁ ରୋହିତଙ୍କୁ ଥଟ୍ଟା କରୁଥିଲେ । ତାଙ୍କ ଉଚ୍ଚତା କମ୍ ଥିବା କାରଣରୁ ତାଙ୍କୁ ଅନେକ ସମୟରେ ଉପହାସର ଶିକାର ହେବାକୁ ପଡିଥିଲା ।

ଅନ୍ୟପଟେ କନ୍ୟା ଜଣକର ଶିକ୍ଷାଗତ ଯୋଗ୍ୟତା ହେଉଛି ପଞ୍ଚମ ଶ୍ରେଣୀ । ତାଙ୍କର ମଧ୍ୟ ଉଚ୍ଚତା କମ୍ ଥିବା କାରଣରୁ ତାଙ୍କ ବିବାହ ହେଇପାରୁନଥିଲା । ତେଣୁ ଶେଷରେ ଏହି ଦୁଇ ପରିବାର ଏକ ହେବା ସହିତ ଏହି ୪୨ ଇଞ୍ଚର ବର ଏବଂ ୪୭ ଇଞ୍ଚ କନିଆ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।