ମୁନ୍ନା ଭାଇଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ କରି ଆଖି ବୁଜିଲେ ଏହି ପ୍ରଶଂସିକା, କଲେ ସମସ୍ତ ସୀମା ପାର

32

ବଲିଉଡ ତାରକାଙ୍କ ପାଇଁ ସେମାନଙ୍କ ପ୍ରଶଂସକଙ୍କ ପାଗଳାମୀର ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କର ଜଣେ ପ୍ରଶଂସିକା ସମସ୍ତ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟକୁ ତାଙ୍କ ନାମରେ କରି ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି।

ଏହି ମହିଳା ଜଣକ ଅନେକ ଦିନ ହେବ ରୋଗରେ ପୀଡିତ ଥିଲେ ଜାନୁଆରି ୧୫ ତାରିଖରେ ନିଧି ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେ ତାଙ୍କ ୮୦ବର୍ଷୀୟ ମା’ ଓ ଝିଅ ଅରୁଣା, ଆଶିଷ ଓ ମଧୁ ସହିତ ୧୦କୋଟି ଟଙ୍କାରୁ ଊର୍ଧ୍ୱ ଏକ ୩ ବିଏଚକେ ଫ୍ଲାଟରେ ରହୁଥିଲେ। ତ୍ରିପାଠୀଙ୍କ ମୃତ୍ୟୁପରେ ପରିବାର ଲୋକ ଜାଣିବାକୁ ପାଇଲେ କି ନିଧି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକର ଅଭିନେତା ସଞ୍ଜୟ ଦତ୍ତଙ୍କ ନାମରେ କରି ଦେଇଛନ୍ତି। ଆଶ୍ଚର୍ୟ୍ୟର କଥା ହେଉଛି ସଞ୍ଜୟ ଏ ସମ୍ପର୍କରେ କିମ୍ବା ନିଧି ସେ ସମ୍ପର୍କରେ କିଛି ଜାଣି ନଥିଲେ । ଜାନୁଆରି ୨୬ ତାରିଖରେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ।

ଅଭିନେତା ସଞ୍ଜୟ ଦତ୍ତ ବ୍ୟାଙ୍କ ଅଫ ବଡୋଦାର ବାଲକେଶ୍ୱରଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ମାଲାବାର ହିଲ ନିବାସୀ ନିଧି ହରିଶ୍ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ନିଧିର ପରିବାର ଲୋକଙ୍କୁ ଦେବା ପାଇଁ କହିଛନ୍ତି। ସଞ୍ଜୟ ଦତ୍ତଙ୍କୁ ଏହି ସୂଚନା ମିଳିବା ପରେ ତାଙ୍କର ଓକିଲ ସୁଭାଷ ଜାଦବ ସ୍ପଷ୍ଟ କରିଛନ୍ତି କି ସିନେମା ଷ୍ଟାର ଏହାକୁ ନେଇ କୌଣସି ଦାବି ମଧ୍ୟ କରିବେ ନାହିଁ।

ସଞ୍ଜୟ କହନ୍ତି, ‘ମୁଁ ଜୀବନରେ ଅନେକ ପ୍ରଶଂସକଙ୍କୁ ଭେଟିଛି। ଯେଉଁମାନେ କି ନିଜ ସନ୍ତାନର ନାମ ମୋ ନାମ କିମ୍ବା ମୋର ଭୂମିକାର ନାମ ଅନୁସାରେ ରଖିଥିବା ଶୁଣିଥିଲି। ପ୍ରଶଂସକମାନେ ରାସ୍ତାରେ ଭେଟି ମୋତେ ଅନେକ ଉପହାର ମଧ୍ୟ ଦେଇଛନ୍ତି କିନ୍ତୁ ଏଥରକ ନିଧି ଭଳି ପ୍ରଶଂସକ ପ୍ରଥମ ଥର ପାଇଁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛି। ଏହି ଘଟଣା ପରେ ମୋତେ ନିଜକୁ ସ୍ୱତନ୍ତ୍ର ଓ ଏକ ଅଦ୍ଭୁଦ ଅନୁଭବ ହେଉଛି।’