ଦେବଦମ୍ପତିଙ୍କ ବିବାହ ପାଇଁ ସରିଲା ନିର୍ବନ୍ଧ

25

ସମ୍ବଲପୁରର ବ୍ୟୁରୋ ,କନକ ନ୍ୟୁଜ୍ : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ମହାଦେବଙ୍କ ନିର୍ବନ୍ଧ ସ୍ଥିର ହୋଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଗତକାଲି ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ଶେଷ ହୋଇଯାଇଛି । ଆଜି ଭୋଲାବାବାଙ୍କ ବିବାହ ଉତ୍ସବ ପାଇଁ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ନୀତି ଅନୁଷ୍ଠିତ ହେବ । ଗତକାଲି ରୀତିନୀତି ଅନୁସାରେ ସପ୍ତଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଥିଲେ । କନ୍ୟା ପିତାମାତା ସାଜିଥିବା ସହଯୋଗ ନଗରର ଗୋପାଳକୃଷ୍ଣ ମିଶ୍ର ଏବଂ ସଂଜିତା ମିଶ୍ରଙ୍କ ଘରେ ପହଂଚିଥିଲେ । ଦେବୀ ପାର୍ବତୀ ଓ  ମହାପ୍ରଭୁଙ୍କ ବିବାହ ପାଇଁ ଉଭୟ ପକ୍ଷ ରାଜି ହେବା ପରେ ପତରପେଣ୍ଡି ଦେଇ ନିର୍ବନ୍ଧ ସ୍ଥିର କରାଯାଇଛି  । ଆସନ୍ତା ୯  ତାରିଖରେ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ ।