ପେଟ ପାଇଁ ଶାଢୀ ନୁହେଁ ଏବେ ଠୁଙ୍ଗା ଭରସା ! କୌଳିକ ବୃତ୍ତିକୁ ଛାଡି ଅନ୍ୟ ପନ୍ଥା ଆପଣାଇଲେ ସମ୍ବଲପୁରର ବୁଣାକାର

34

କନକ ବ୍ୟୁରୋ: ଶାଢୀ ବୁଣି ଗୁଜରାଣ ମେଂଟାଉଥିବା ବୁଣାକାର ଏବେ ପାଲଟିଛନ୍ତି କାଗଜ ଠୁଙ୍ଗା ବେପାରୀ । ପରିବାର ଚଳାଇବା ପାଇଁ ନିଜର କୌଳିକ ବୃତ୍ତିକୁ ଭୁଲି କାଗଜ ଠୁଙ୍ଗା ତିଆରି କରୁଛନ୍ତି  । ପୂର୍ବରୁ ଗୋଟିଏ ଶାଢୀ ବୁଣିବା ପାଇଁ ଗୋଟିଏ ପରିବାର ୫ ରୁ ୬ ଦିନ ଲାଗୁଥିବା ବେଳେ ୩ଶହ ରୁ ୪ଶହ ଟଙ୍କା ଲାଭ ମିଳୁଥିଲା  ।

କିନ୍ତୁ ଏବେ ତାଙ୍କ କହିବା କଥା ହେଲା ଜିଏସଟି ଲାଗିଲା ପରେ ଲାଭର ପରିମାଣ କମି ଯାଇଛି । ଫଳରେ ଏବେ ଗୋଟିଏ ଦିନରେ ହଜାରେ କାଗଜ ଠୁଙ୍ଗା ତିଆରି କରି ଏହାକୁ  ୧୫୦ ଟଙ୍କାରେ ବିକ୍ରୀ କରି ଦୁଇ ପଇସା ରୋଜଗାର କରୁଛନ୍ତି  ।

ସରକାର ବୁଣାକାର ପରିବାରଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଏହା ତାଙ୍କ ନିକଟରେ ପହଂଚି ପାରୁନାହିଁ  । ଫଳରେ ଧିରେ ଧିରେ ବୁଣାକାର ପରିବାର ନିଜର କୌଳିକ ବୃତିରୁ ବିମୁୁଖ ହେଉଥିବା ବେଳେ । ଅଧିକାଂଶ ସମୟ କାଗଜ ଠୁଙ୍ଗା ବନାଇବାରେ ବ୍ୟସ୍ତ ବୁଣାକାର ପରିବାର ।