ପରଦାକୁ ଆସିବ ‘ଜବ ୱି ମେଟ’ର ସ୍ୱିକେଲ ! ଶାହିଦ ପ୍ରସ୍ତୁତ, ହିରୋଇନଙ୍କୁ ନେଇ ସସପେନ୍ସ

65

ହିନ୍ଦୀ ଫିଲ୍ମ ଜବ ୱି ମେଟ । ୧୦ ବର୍ଷ ପୂର୍ବେ ରିଲିଜ ହୋଇଥିବା ଏହି ଫିଲ୍ମକୁ ସେତେବେଳେ ଦର୍ଶକ ବେଶ ପ୍ରଂଶସା କରିଥିଲେ । ଶାହିଦ ଓ କରୀନାଙ୍କ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ଶାହିଦ ଓ କରୀନାଙ୍କ ବିବାହକୁ ନେଇ ସିନେଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ଜୋର ଧରିଥିଲା । ଏହା ଭିତରେ ଏହି ଫିଲ୍ମକୁ ୧୦ ବର୍ଷ ପୂରି ଯାଇଛି । ଏବେ ଏହାର ସ୍ୱିକେଲ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ।

ଏଥିରେ ଶାହିଦଙ୍କୁ ହିରୋ ଭାବେ ଦେଖିବାକୁ ମିଳିବ । ଶାହିଦ ମଧ୍ୟ ଏହି ଫିଲ୍ମ ପାଇଁ ସହମତି ଦେଇ ସାରିଛନ୍ତି । ଆଗାମୀ ବର୍ଷ ଅପ୍ରେଲ ସୁଦ୍ଧା ଏହି ଫିଲ୍ମ ଫ୍ଲୋରକୁ ଆସିପାରେ । ଏଥିରେ ସାଜିଦ ନାଡିଆୱାଲା ପ୍ରଯୋଜକ ଭାବେ ନଜରକୁ ଆସିବେ । ତେବେ ଫିଲ୍ମର ହିରୋଇନକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ତେବେ ଫିଲ୍ମର ହିରୋଇନ ରୋଲ ପାଇଁ କରୀନା କପୁର କିମ୍ବା ଆଲିଆ ଭଟ୍ଟ ଏକ ଉତ୍ତମ ଚୟସ ବୋଲି ପୂର୍ବରୁ ଶାହିଦ କହିଛନ୍ତି । ତେବେ କିଏ ଏହି ଫିଲ୍ମର ହିରୋଇନ ହେବ ସେ ନେଇ କୌଣସି ନିଷ୍ପତି ନେଇ ନାହାନ୍ତି ଇମତିଆଜ । ଏକ ଇଣ୍ଟରଭ୍ୟୁରେ ଇମତିଆଜ କହିଛନ୍ତି, ଏହି ଫିଲ୍ମଟି ତାଙ୍କ ଜୀବନର ସବୁଠାରୁ ସ୍ପେଶାଲ ଫିଲ୍ମ । ଏହା ତାଙ୍କ ହୃଦୟକୁ ବେଶ ଛୁଇଁଥିଲା ।

ଜବ ୱି ମେଟକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଏହି ଅନେକ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଏହାର ସ୍ୱିକେଲରେ ଅନେକ ପରିବର୍ତ୍ତନ ହେବ ବୋଲି ଇମିତିଆଜ ସୂଚନା ଦେଇଛନ୍ତି । ଏହାକୁ କେତେଦୂର ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା । ୨୦୦୭ରେ ନିର୍ମାଣ ହୋଇଥିବା ଜବ ୱି ମେଟ ଫିଲ୍ମ ସେତେବେଳେ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା ।