ପୁଣି ମୁହାଁମୁହିଁ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ । ଦୁର୍ନୀତି ବିରୋଧରେ ଅନଶନ କରିବେ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ

122

କନକ ବ୍ୟୁରୋ : ଦୀର୍ଘ ଦିନର ନୀରବତା ପରେ ପୁଣି ରାଜସ୍ଥାନରେ ରାଜନୀତିରେ ଦେଖାଦେଇଛି ହଲଚଲ । କ୍ଷମତାସୀନ କଂଗ୍ରେସରେ ପୁଣି ପାଇଲଟ ବନାମ ଗେହଲଟ୍ ଲଢ଼େଇ ଆରମ୍ଭ ହୋଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ଦଳର ସରକାର ବିରୋଧରେ ମଙ୍ଗଳବାର ଅନଶନ ଘୋଷଣା କରିଛନ୍ତି । ପାଇଲଟ୍ ସ୍ପଷ୍ଟ କରିଦେଇଛନ୍ତି ଯେ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଲଢ଼େଇ କରିବା ମୁଡରେ ଅଛନ୍ତି । ପାଇଲଟଙ୍କ ଏହି ପଦକ୍ଷେପ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ପାଇଲଟ୍ ଆଉଏକ ଦଳକୁ ନେଇ ବଢ଼ିବେ ନା କଂଗ୍ରେସ ଭିତରେ ରହି ନିଜ ଆନ୍ଦୋଳନକୁ ଜୋରଦାର କରିବେ । ପାଇଲଟଙ୍କ ଅନଶନ ଘୋଷଣା ପରେ ହାଇକମାଣ୍ଡ ଗେହଲଟଙ୍କୁ ସମର୍ଥନ କରିଛି । ଯେଉଁଥିରୁ ସ୍ପଷ୍ଟ ଯେ ଆଗକୁ ପାଇଲଟଙ୍କ ପାଇଁ ରାସ୍ତା ବହୁତ କଠିନ ହୋଇପାରେ । ତେବେ ପାଇଲଟ୍ ଓ ଗେହଲଟଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ବଡ଼ ପ୍ରଶ୍ନ ଦେଖା ଦେଇଥିଲା । ବହୁ ବିବାଦ ଭିତରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପାଇଲଟ ।