‘ଆଜି ସାବିତ୍ରୀ : କିଡ଼ନୀ ରୋଗରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡ଼ାର ସତ୍ୟବାନ’

130

କନକ ବ୍ୟୁରୋ: ନିରୁପାୟ ବାପା, ଅସହାୟ ଭାଉଜ । ଦାରିଦ୍ରର ସେ ଦଦରା ଝୁପୁଡ଼ି ତଳେ ବସି ଦୁହେଁ ଝରାଉଛନ୍ତି ଲୁହ । ବୁଢ଼ା ବାପା ରୋଗୀଣା ପୁଅ ପାଇଁ କାନ୍ଦୁଛି, ଆଉ ଭାଉଜ ତା’ ଦିଅର ପାଇଁ ହାତ ଯୋଡ଼ି ନେହୁରା ହେଉଛି । କାରଣ କିଡ଼ନୀ ରୋଗରେ ପଡିଛି ଘରର ରୋଜଗାରିଆ ପୁଅ । ଦିନେ ରୋଜଗାର କରି ପରିବାର ଚଳାଉଥିବା ପୁଅର ଦୁଇଟିଯାକ କିଡନୀ ଖରାପ ହୋଇଗଲା ପରେ ଆଜି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଯମପଡା ପଂଚାୟତ ଗୈାଡଗାଁ ଗ୍ରାମର ପୁରୁଷୋତମ ସ୍ୱାଇଁଙ୍କ ପୁଅ ସଂଜୟ କୁମାର ସ୍ୱାଇଁ । କୋଲକୋତାର ଏକ ଘରୋଇ କମ୍ପାନିରେ ଚାକିର କରି ନିଜ ପରିବା ପ୍ରତିପୋଷଣ କରିଥାନ୍ତି । ପରିବାର କହିଲେ ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ଏବଂ ବାପା ମା ଆଉ ଦୁଇ ଭାଈ । ହସଖୁସିରେ ପରିବାର ଚଳିଯାଉଥିବା ବେଳେ ପ୍ରାୟ ୨ ମାସ ତଳେ ସଂୟଙ୍କୁ ଜ୍ୱର ହେଲା । ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଖାଇବା ପରେ ବି ସଂଜୟଙ୍କ ଦେହ ଦିନକୁଦିନ ଅଧୀକ ଖରାପ ହେବାକୁ ଲାଗିଲା ଏବଂ ପରୀକ୍ଷାରୁ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡିନି ଖରାପ ହୋଇଯାଇଛି । ଏ ଖବର ଜଣାପଡ଼ିବା ପରେ ସଞ୍ଜୟଙ୍କ ସଂସାର ସ୍ତବ୍ଧ ପାଲଟିଗଲା । ପରିବାର ଲୋକଙ୍କ ପାଦତଳୁ ସତେ ଯେପରି ମାଟି ଖସିଗଲା ।

ଘରେ ଯାହା କିଛି ଥିଲା ବିକି ଭାଙ୍ଗି ଖର୍ଚ୍ଚ କରି ସାରିବା ପରେ ଏବେ ହାତ ଖାଲି ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଗ୍ରାମବାସି ମାନେ କିଛି ଟଙ୍କା ଆଦାୟ କରି ଦେଇଥିବା ବେଳେ ସଂୟଙ୍କ ବୁଢା ବାପା ଗାଁ ଗାଁ ବୁଲି ପୁଅର ଜୀବନ ରକ୍ଷା ପାଇଁ ସାହାଯ୍ୟ ମାଗୁଛନ୍ତି । ସଂଜୟଙ୍କ ପତ୍ନି ଏବଂ ତାଙ୍କର ଭାଉଜ ମଧ୍ୟ ସରକାରଙ୍କୁ ସାହାର୍ଯ୍ୟ ପାଇଁ ହାତ ଯୋଡି ଗୁହାରି କରିଛନ୍ତି ।

ପୂରା ପରିବାର ଏବେ ଚିନ୍ତାରେ ପଡିଥିବା ବେଳେ ପରିବାରର ସମସ୍ତ ସଦସ୍ୟଙ୍କ ଆଖିରୁ ଝରୁଛି ଲୁହ । କିଡିନି ଟ୍ରାନ୍ସପ୍ଲାଂଟ୍ ଏକମାତ୍ର ବାଟ ଥିବା ବେଳେ ଆବଶ୍ୟ ହେଉଥିବା ଲକ୍ଷାଧୀକ ଟଙ୍କା ସଂଜୟଙ୍କ ଚିକିତ୍ସାରେ ବାଧକ ସାଜିଛି ।

ଜୀବନ ସହ ସଂଘର୍ଷ କରୁଥିବା ସଂଜୟଙ୍କୁ ସହାୟତାର ହାତ ଆପଣବି ବଢାଇବାକୁ ଚାହୁଁଥିଲେ ଏମିତି ସାହାଯ୍ୟ କରିପାରିବେ ।
ନାଁ- ସଞ୍ଜୟ କୁମାର ସ୍ୱାଇଁ
ଗ୍ରାମ- ଗୌଡଗାଁ
ବ୍ଲକ- ମାର୍ଶାଘାଇ
ବ୍ୟାଙ୍କ୍ ଅଫ୍ ଇଣ୍ଡିଆ

AC – 408610510000254

IFSCcode – BKID0004086