ସଧବା ନାରୀଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ବ୍ରତ । ମହାଆଡମ୍ବରରେ କିନ୍ନର ପାଳିଲେ ବ୍ରତ । 

188

କନକ ବ୍ୟୁରୋ:  ଦୁଇ ବର୍ଷର କରୋନା କଟକଣା ପରେ ଏବର୍ଷ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ସଧବା ମହିଳାମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କେହି କେହି ଘରକୁ ବ୍ରାହ୍ମଣକୁ ଡାକି ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି ।

ସଧବା ନାରୀଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ବ୍ରତ । ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରିବାର ବିଧି ରହିଛି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓ ଶୁଭ ମନାସୀ ଓଷା କରିଛନ୍ତି ସଧବା ମହିଳା । ସାବିତ୍ରୀ ହେଉଛନ୍ତି ଶୁଦ୍ଧ ଚିନ୍ତା ଚେତନାର ଏକ ଦର୍ଶନ । ସାବିତ୍ରୀ ହୋଇପାରେ ଏକ ପରମ୍ପରା, ପୂଜା, ବ୍ରତ , ଉପାସନା, ବିଶ୍ୱାସ ଓ ଉପବାସ । କିନ୍ତୁ ଅନ୍ତରର ଆଇନାରେ ସାବିତ୍ରୀ ଏକ ସଂକଳ୍ପ, ଏକ ପ୍ରତିଜ୍ଞା, ଏକ ଭଲପାଇବା । ଏକ ପ୍ରେମ, ଏକ ଅନ୍ୱେଷଣ । ଏକ ଆପଣାପଣ ବୋଲି କହିଛନ୍ତି ବ୍ରତଧାରୀ ।

  କିନ୍ନରମାନେ ମଧ୍ୟ ମହାଡମ୍ବରରେ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିଛନ୍ତି । ଭୁବନେଶ୍ୱର, ଗଜପତି ଏବଂ ବାରିପଦାରେ କିନ୍ନରମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି । ଗୁରୁଙ୍କ ପାଇଁ ସେ ଏହି ବ୍ରତ କରିଛନ୍ତି । ଓଡ଼ିଶା କିନ୍ନର ଆଖଡ଼ା ତରଫରୁ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ଫ୍ଲାଏ ଓଭର ବ୍ରିଜ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଗୁରୁ ପୂଜନ ଠାରୁ ବୃକ୍ଷ ପୂଜା ପର୍ଯ୍ୟନ୍ତ ସମସ୍ତ ବିଧି ସହିତ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ମହାସତୀ ସାବିତ୍ରୀ ଯମଙ୍କଠାରୁ ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ଆଉ ସେହି ମହାନ ଗାଥା ଉପରେ ଆଧାରିତ ସାବିତ୍ରୀ ବ୍ରତ ।