ଗିରଫ ହେଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

103

କନକ ବ୍ୟୁରୋ: ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସିରେ ବି ନିବେଶ କରିଛନ୍ତି ନିହାର ରଞ୍ଜନ । କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟଜବତ କରିଥିଲା ଭିଜିଲାନ୍ସ । ସମ୍ବଲପୁରର ପ୍ରମୁଖ ଅଞ୍ଚଳରେ ନିହାରଙ୍କ ରହିଛି ଏକାଧିକ ପ୍ଲଟ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଘରେ ଚଢାଉ କରିଥିଲା । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରିଥିଲା । ଭୁବନେଶ୍ୱର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାରେ ଚଢାଉ କରାଯାଇଥିଲା । ସେହିପରି ଆରଡବ୍ଲ୍ୟୁଏସଏସର କାର୍ୟ୍ୟାଳୟ ସମେତ ବାସଭବନରେ ରେଡ୍ ହୋଇଥିଲା । ଏହି ଚଢାଉରେ ୫ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟର ସାମିଲ ଥିଲେ । ତେବେ ଆଜି ଏହି ସମ୍ପୃକ୍ତିରେ ତାଙ୍କୁ ଗିରଫ କରାଯାଇଛି ।