ଧନୁ ତୀରରେ ଯୁଦ୍ଧ କରୁଛନ୍ତି ଋଷ ସୈନିକ । ଭାଇରାଲ ହେଲା ଭିଡିଓ

239

କନକ ବ୍ୟୁରୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଋଷିଆ ସୈନିକଙ୍କ ନିଆରା ଯୁଦ୍ଧକୌସଳର ଫଟୋ । ଯାହା ଏବେ ଅନଲାଇନରେ ଭାଇରାଲ ହେବାରେ ଲାଗିଛି । ଋଷ ସୈନିକ ଧନୁ, ତୀର ଧରି ଯୁଦ୍ଧ କରୁଥିବା ଦେଖିବାକୁ ମିଳିଛି । ଧନୁ, ତୀର ଧରିଥିବା ଋଷ ସୈନକଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଋଷ ସୈନିକ ଏଭଳି ଫଟୋ ଏବଂ ଭିଡିଓ ୟୁକ୍ରେନର ବସକ୍ରିୟା ଅଞ୍ଚଳର ବୋଲି କୁହାଯାଉଛି ।

ଭିଡିଓରେ ଋଷର ଜଣେ ସୈନିକ ଜଙ୍ଗଲ ପାଖକୁ ଲାଗିଥିବା ଖୋଲାପଡିଆରେ ଧନୁ, ତୀର ଧରି ଦୌଡୁଥିବା ଦେଖିବାକୁ ମିଳିଛି । ଜଣେ ସୈନିକ ଆଙ୍ଗୁଳି ଦେଖାଇ ଅନ୍ୟ କିଛି ସୈନିକଙ୍କୁ କିଛି ଇସାରା ଦେବା ସହ ସେ ଦୌଡିଯାଇ ତୀର ମାରୁଛନ୍ତି । ଆଉ କେହି ଜଣେ ସେପଟୁ ତୀର ବାଜିବା ପରେ ଚିତ୍କାର କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ତେବେ ଋଷ ସେନିକଙ୍କ ଏଭଳି ବେଶକୁ କିଛି ପ୍ରସଂଶା କରୁଥିବା ବେଳେ ଅନ୍ୟ କିଛି ଉପହାସ କରିଛନ୍ତିି । କାରଣ ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜିର ବିକାଶ ସୈନିକଙ୍କୁ ସିଧାସଳଖ ଯୁଦ୍ଧରୁ ନିବୃତ ରଖୁଛି ।

ଡ୍ରୋନ୍, ମିସାଇଲ ମାଧ୍ୟମରେ ପ୍ରତିପକ୍ଷ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଆଉ ସିଧାସଳଖ ଦୁଇ ସେନା ମୁହାଁମୁହିଁ ହେଲେ ବନ୍ଧୁକରେ ଯୁଦ୍ଧ କରିବା ଦେଖିବାକୁ ମିିଳୁଛି । କିନ୍ତୁ ଆଜିର ବିକାଶଶୀଳ ଅତ୍ୟାଧିୁନିକ ଯୁଗରେ ପୁରୁଣା ଅସ୍ତ୍ର ଧନୁ, ତୀର ଧରି ଯୁଦ୍ଧ କରିବା ସମସ୍ତଙ୍କୁ ଚକିତ କରୁଛି ।