ସରକାରୀ ଯୋଜନାକୁ ଉପହାସ : ଯୋଜନା ଠାରୁ ଯୋଜନ ଯୋଜନ ଦୂରରେ ଗରିବ ଭୂମିହୀନ

34

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଜଲଦା ଅଂଚଳର ଛୋଟୁ ରାଉତିଆ । ଦିନ ମଜୁରିଆ ଭାବେ କାମ କରୁଥିବା ଛୋଟୁ ଆଶ୍ରୟସ୍ଥଳ କହିଲେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ କରିଯାଇଥିବା ଏହି ପାଇଖାନା । ପାଇଖାନା ଭିତରେ ଷ୍ଟୋଭରେ ରୋଷେଇ, ଖିଆପିଆ ସହ ଅନ୍ୟ ଦୈନଦିନ କାର୍ଯ୍ୟ ସାରିବା ପରେ ରାତି କଟାନ୍ତି ଗଛମୂଳେ । ହେଲେ ତାଙ୍କ ଦୁଃଖକୁ ବୁଝିପାରିନାହାଁନ୍ତି ସରପଂଚ କି ବିଡିଓ । ଏ ତ କେମିତି ବିତାଉଛନ୍ତି ଶୌଚାଳୟରେ ଜୀବନ

ଏବେ ଜାଣିବା ଆଉଏକ କୁଡିଆ ଉପରେ । ଯେଉଁଠି ଜଣେ ଭିନ୍ନକ୍ଷମ ଭାଇଙ୍କୁ ରଖି ସଂଘର୍ଷ କରୁଛି ଭଉଣୀ । ଜଲଦା ୱାର୍ଡ ନମ୍ବର ୨ର ଅନୁରାଧା ମୁଖାର୍ଜୀ । ଗତ ବର୍ଷାରେ ନିଜର ଝାଟିମାଟିର କୁଡିଆ ଭାଙ୍ଗି ଯିବା ପରେ ଗ୍ରାମବାସୀଙ୍କ ଦୟାରେ ମିଳିଥିବା ଏକ କୁଡିଆରେ ମୁଣ୍ଡ ଗୁଂଜିଛନ୍ତି ଅନୁରାଧା ଓ ଭିନ୍ନକ୍ଷମ ଭାଇ । ପରିବା ବିକି ଭାଇ ଓ ନିଜ ପାଇଁ ଦାନା ଗଣ୍ଡାଏ ଯୋଗାଡ କରୁଥିବା ଅନୁରାଧା ଘର ଖଣ୍ଡିଏ ପାଇଁ ପ୍ରଶାସନିକ ବାବୁଙ୍କୁ ଅନେକ କାକୁତି ମିନତି କରିଛନ୍ତି ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି

ଗରିବ ଏଓ ଭୂମିହୀନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଛି । ହେଲେ ସେଗୁଡିର କାର୍ଯ୍ୟକାରୀତା ନେଇ ପ୍ରଶାସନିକ ଅଧିକାରୀ କି ଲୋକ ପ୍ରତିନିଧି ଚିନ୍ତିତ ନୁହଁନ୍ତି ବୋଲି ଅଭିଯୋଗ ହୋଇଛି । ସେପେଟ ଏଭଳି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ଆଳ ଦେଖାଇ ଲାଠିକଟା ବିଡିଓ ଏଡାଇ ଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ସ୍ୱୀକାର କରିଛନ୍ତି ।

ଏବେ ସମୟ କେବଳ ଅପେକ୍ଷାର । ସରକାରଙ୍କ ନିଦ କେବେ ଭାଙ୍ଗି ଏବଂ ଛୋଟୁ ଓ ଅନୁରାଧଙ୍କ ଭଳି ଭୂମିହୀନଙ୍କୁ କେବେ ବାସଟିଏ ମିଳିବ ।