ଡୋରଣ୍ଡା କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ, ଜାଣନ୍ତୁ ଜେଲରୁ ବାହାରିବେ କେବେ ?

101

କନକ ବ୍ୟୁରୋ : ଚାରା ଦୁର୍ନୀତି ମାମଲାରେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ଥି ମିଳିଛି । ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଲାଲୁ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଲାଲୁଙ୍କୁ ଜାମିନ ମିଳିବା ପରେ ଆରଜେଡିର ଝାଡଖଣ୍ଡ ଅଧ୍ୟକ୍ଷ ଅଭୟ କୁମାର କହିଛନ୍ତି କି ଆମର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ଏହାସହ ଲାଲୁ ଯାଦବଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି କି, ଅଦାଲତ ୧୦ ଲକ୍ଷ ଟଙ୍କା ଜରିମାନା ବାବଦରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାମଲାର ଶୁଣାଣି ହେଲେ ସେତେବେଳେ କଣ ହେବ ତାହା ଦେଖାଯିବ ବୋଲି ସେ କହିଛନ୍ତି ।

 

କହିରଖୁ କି ଏହା ପୂର୍ବରୁ ଚାରା ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ୧୩୯.୩୫ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । କେବଳ ସେତିକି ନୁହେଁ ଏହି ମାମଲାରେ ବି ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ଅନ୍ୟ ୩୯ ଜଣ ଦୋଷୀଙ୍କୁ ୩ -୫ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ।