ପୁଣି ବଢିଲା ଚାଉଳ ଦର : ଖାଉଟି ଅସନ୍ତୁଷ୍ଟ, ବ୍ୟବସାୟୀ ସଂଘ କହିଲା, ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ

1,590

କନକ ବ୍ୟୁରୋ: ପନିପରିବା ଦର ବୃଦ୍ଧି ପରେ ଏବେ ଚାଉଳ ଚିନ୍ତା । ଉପରମୁହାଁ ହେଲାଣି ଚାଉଳ ଦର । ରାଜ୍ୟବାସୀଙ୍କ ମୁଖ୍ୟ ଖାଦ୍ୟ କୁହାଯାଉଥିବା ଚାଉଳ ଦର ବଢିବାରେ ଲାଗିଛି । ସାଧାରଣ କିସମ ଚାଉଳ ଦର କିଲୋ ପିଛା ୧୦ରୁ ୧୨ ଟଙ୍କା ବୃଦ୍ଧି ହେଲାଣି । ଭୁବନେଶ୍ୱରରେ ସାଧାରଣ କିସମ ଚାଉଳ ପୂର୍ବରୁ କ୍ୱିଂଟାଲ ପିଛା ୨୫ ଶହ ଟଙ୍କା ଥିବା ବେଳେ ଏବେ ୩୫ ଶହ ଟଙ୍କାରେ ପହଞ୍ଚିିଲାଣି । କେବଳ ଭୁବନେଶ୍ୱର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଉଳ ଦର ବଢିବାରେ ଲାଗିଛି । ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ କାହିଁକି ବଢୁଛି ଚାଉଳ ଦର । ବିଶେଷଜ୍ଞଙ୍କ ମତରେ:

– ୟୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ, ଜଳବାୟୁ ପରିବର୍ତନ
– ବଡ଼ ବଡ଼ କର୍ପୋରେଟ୍ ହାଉସ୍ ବିପୁଳ ଚାଉଳ ମହଜୁତ୍ ରଖିବା
– ସରକାର ମାଗଣା ଚାଉଳ ବଂଟନ ପରେ ଏଫ୍ସିଆଇରେ ଚାଉଳ ପରିମାଣ ହ୍ରାସ
– ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ ଆଦି ଦେଶକୁ ଚେରାରେ ଚାଉଳ ରପ୍ତାନୀ
– ଚଳିତ ବର୍ଷ ଉତ୍ତର ଭାରତରେ ଭୟଙ୍କର ବନ୍ୟା ଦେଖାଦେଇଛି
– ମୌସୁମୀ ବର୍ଷା ବର୍ତ୍ତମାନ ସୁଦ୍ଧା ନିଅଂଟିଆ ଓ ଅସ୍ୱାଭାବିକ ରହିଛି
– ଅସ୍ୱାଭାବିକ ମୌସୁମୀ ବର୍ଷା ଯୋଗୁ ବୁଣାବୁଣି ବ୍ୟାହତ ହୋଇଛି
– ଚଳିତବର୍ଷ ଧାନ ଉତ୍ପାଦନ କ’ଣ ରହିବ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ