କରୋନା ବେଳେ ୧୭ଶହ କିଲୋମିଟର ସାଇକେଲ ଚଳାଇ ଗାଁକୁ ଫେରିଥିଲେ: ଏବେ ପାଲଟିଲେ ‘ସାଇକେଲ ଚା’ୱାଲା

614

କନକ ବ୍ୟୁରୋ: କରୋନାରେ ଜୀବନ ବଂଚାଇ ଚାଲିଆସିଥିଲେ । ସୁଦୂର ମହାରାଷ୍ଟ୍ରରୁ  ୭ ଦିନରେ ପ୍ରାୟ ୧ହଜାର ୭ଶହ କିଲୋମିଟର ରାସ୍ତା ଅତିକ୍ରମ କରି ଘରକୁ ଫେରିଆସିଥିଲେ ଯାଜପୁରର ଯୁବକ ମହେଶ୍ୱର ଜେନା । ରାତି ଦିନ ସାଇକେଲ ଚଳାଇ ପହଂଚିଥିଲେ ଯାଜପୁରରେ । କରୋନାରେ ଜୀବୀକା ତ ହରାଇଥିଲେ ହେଲେ ଏବେ ବଦଳିଯାଇଛି ତାଙ୍କ ଜୀବନ ଚିତ୍ର । ନିଜ ପେଟପାଟଣା ପାଇଁ ଏବେ ସେ ବନିଯାଇଛନ୍ତି ସାଇକେଲ ଚା’ବାଲା । ସମୟ ବଦଳିବା ସହ ମହେଶ୍ୱର ନିଜ ଗୋଡରେ  ଛିଡା ହେବାକୁ ଉଦ୍ୟମ କରିଛନ୍ତି । ନିକଟରେ ବାପାଙ୍କ ମୃତ୍ୟ ହୋଇଥିବା ବେଳେ ପରିବାରର ନିଜର ବୋଲି ପାଖରେ କେହି ନାହାନ୍ତି । ତେଣୁ ନିଜ ପେଟକୁ ଦାନା ପାଇଁ ସେ ଯାଜପୁର ସହରରେ ଚା’ ଦୋକାନଟିଏ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି । ବଡକଥା ହେଲା ସେହି ଚା ଦୋକାନର ନାଁ ଦେଇଛନ୍ତି “ସାଇକେଲ ଚା ୱାଲା” ।  ଯେଉଁ ଯାତ୍ରା ତାଙ୍କୁ ପୂର୍ବରୁ ପରିଚୟ ଦେଇଥିଲ।। ସେହି ଯାତ୍ରା ଓ ସେହି ଅନୁଭୂତିକୁ ମନେରଖିବା ସହ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉଦେଶ୍ୟରେ ଏପରି ନାଁ ଦେଇଛନ୍ତି ଦୋକାନର । ତାଙ୍କର ବ୍ୟବହାରରେ ମଧ୍ୟ ଆକୃଷ୍ଟ ହୋଇ ଚା’ ଷ୍ଟଲରେ ଗ୍ରାହକଙ୍କ ଭିଡ ଜମୁଛି । ବେପାର ପରେ ସେହି ଦୋକାନ କେବିନରେ ରାତି କାଟୁଥିବା ମହେଶ୍ୱର ଜୀବନରେ କଷ୍ଟ କଲେ ଓ ନିଜ ଉପରେ ବିଶ୍ୱାସ ରଖିଲେ ସବୁ କାର୍ଯ୍ୟ ସମ୍ଭବ ବୋଲି କୁହନ୍ତି ।