ସାଧାରଣ ଲୋକଙ୍କୁ ଝଟକା, ପୁଣି ବଢ଼ିଲା ରେପୋ ରେଟ୍

ମହଙ୍ଗା ହେବ ଋଣ ଓ ଇଏମ୍ଆଇ

184

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁ ରୋଜଗାର ହରାଇ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡିଥିବା ସାଧାରଣ ଲୋକଙ୍କୁ ପୁଣି ଝଟକା ଦେଇଛି ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ଏହାକୁ ମିଶାଇ ବର୍ଷକ ମଧ୍ୟରେ ରେପୋ ରେଟ୍ ୬ ଥର ବୃଦ୍ଧି କରିଛି ଆରବିଆଇ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ମାଡ଼ ହୋଇଛି । ରେପୋ ରେଟ୍ ବଢିବା ଯୋଗୁ ହୋମ ଲୋନ୍, ଗାଡି ଲୋନ୍ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କୁ ମାସିକ ଇଏମଆଇ ଅଧିକ ଦେବାକୁ ପଡିବ । ଚଳିତ ବର୍ଷର ଏହି ପ୍ରଥମ ମନିଟାରି ପଲିସି କମିଟିକୁ ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ସ୍ୱୀକୃତି ଦେଇଛନ୍ତି ।

ପେଟ୍ରୋଲ, ଡିଜେଲ ଭଳି ଆରବିଆଇ ରେପୋ ରେଟ୍ ତଥା ସୁଧ ହାର ବଢାଇବାରେ ଢିଲା କରୁନାହିଁ । ଗତ ମେ ମାସରୁ ଏପର୍ଯ୍ୟନ୍ତ ୫ ଥର ରେପୋ ରେଟ୍ ବଢାଇଲାଣି ଆରବିଆଇ । ଫଳରେ ଆରବିଆଇର ସୁଧ ହାର ୪ ପ୍ରତିଶତରୁ ୨.୫ ପ୍ରତିଶତ ବୃଦ୍ଧି ପାଇଁ ୬.୫ ପ୍ରତିଶତ ଛୁଇଁଛି ।
ତାରିଖ ରେପୋ ରେଟ୍
ମେ, ୨୦୨୨ ପୂର୍ବରୁ ୪.୦୦%
ମେ, ୨୦୨୨ ୪.୪୦%
ଜୁନ୍, ୨୦୨୨ ୪.୯୦%
ଅଗଷ୍ଟ, ୨୦୨୨ ୫.୪୦%
ସେପ୍ଟେମ୍ବର ୨୦୨୨ ୫.୯୦%
ଡିସେମ୍ବର, ୨୦୨୨ ୬.୨୫%
ଜାନୁଆରୀ, ୨୦୨୩ ୬.୫୦%

ରେପୋ ରେଟ୍ ବଢିବା ଯୋଗୁ ଏବେ ବ୍ୟାଙ୍କମାନଙ୍କୁ ଅଧିକ ସୁଧ ଦେଇ ଆରବିଆଇଠୁ ରଣ ଆଣିବାକୁ ପଡିବ । ଫଳରେ ବ୍ୟାଙ୍କ୍ ଗ୍ରାହକମାନଙ୍କୁ ଦେଉଥିବା ୠଣର ସୁଧ ହାର ବୃଦ୍ଧି କରିବ । ଯାହା ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରିବ । ମାସିକ ଇଏମଆଇ ବଢିବା ସହ ଗୃହ, ଗାଡି ଏବଂ ବ୍ୟକ୍ତିଗତ ଋଣର ସୁଧା ହାର ମଧ୍ୟ ବୃଦ୍ଧି ପାଇବ ।