ନିଖୋଜ ଟ୍ରଲର ଉଦ୍ଧାର। ୨୦ ଘଣ୍ଟା ପରେ ୧୨ ମତ୍ସଜୀବୀ ଉଦ୍ଧାର ହୋଇଛନ୍ତି।

143

କନକ ବ୍ୟୁରୋ : ତାରିଖ: ୧୬ ଜୁନ୍ ୨୦୨୨, ଗୁରୁବାର । ସମୟ ଦିନ ୩ଟା । ସ୍ଥାନ: କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ । ଖବର ଆସିଲା ଯେ, ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଉପାସନା-୧ ନାମକ ଟ୍ରଲରଟି ନିଖୋଜ ହୋଇଯାଇଛି । ଏଥିରେ ଥିଲେ ୧୩ଜଣ ମତ୍ସଜୀବୀ । ସାଧାରଣ ଭାବେ ସମୁଦ୍ର ଭିତରକୁ ଯାଇଥିବା ଟ୍ରଲରରେ ଜିପିଏସ୍ ସଂଯୋଗ ରହିଥାଏ । ହେଲେ ଉପାସନା ଟ୍ରଲରର ଏହି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହାପରେ ଖେଳିଗଲା ହଇଚଇ । ଏହାପରେ ନିଖୋଜ ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ କଲା ପାରାଦୀପ କୋଷ୍ଟଗାର୍ଡ଼ । ପ୍ରାୟ ୨୦ ଘଣ୍ଟାର ଖୋଜାଖୋଜି ପରେ ଟ୍ରଲରକୁ ଠାବ କରିବା ସହ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏବେବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି ।

ବେଳାଭୂମି ଠାରୁ ୨୦ କିଲୋମିଟର ଦୂରରେ ଥିବା ବେଳେ ଟ୍ରଲରେ ଉଚ୍ଚଢେଉ ପିଟିହେବା ପରେ ଟ୍ରଲର ତଳ ଭାଗ ଫାଟି ପାଣି ପଶିବା ଆରମ୍ଭ ହୋଇଥିଲା । ଏପରିକି ଏହାର କିଛି ସମୟ ପରେ ଟ୍ରଲରଟି ଓଲଟିପଡ଼ିଥିଲା । ହେଲେ ଜାଲର ଡ୍ରମକୁ ଧରି ପ୍ରାୟ ୨୦ ଘଣ୍ଟା ଭାସି ରହିଥିଲେ ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀ ସେପଟେ ଚିଲିକା ମଝିରେ ଯାନ୍ତ୍ରୀକ ତୃଟି ଯୋଗୁଁ ଅଟକି ରହିଥିବା ଡ଼ଙ୍ଗାରୁ ଆଉ ଏକ ଡ଼ଙ୍ଗା ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ପାଖାପାଖି ଅଧଘଣ୍ଟା ଧରି ଅଟକି ରହିଥିଲା ଡ଼ଙ୍ଗା ।