ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଦଳର ଆୟ ଓ ବ୍ୟୟକୁ ନେଇ ପ୍ରକାଶ ପାଇଛି ରିପୋର୍ଟ

2,583

କନକ ବ୍ୟୁରୋ: ଓଡ଼ିଶାର ଶାସକ ଦଳ ବିଜେଡି ଦେଶର ଦ୍ୱିତୀୟ ଧନୀ ଆଂଚଳିକ ଦଳ । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଇଲୋକ୍ଟ୍ରାଲ ବଣ୍ଡ୍ ଜରିଆରେ ବିଜେଡି ଦ୍ୱିତୀୟ ସର୍ବାଧିକ ଟଙ୍କା ପାଇଛି । ବିଜେଡି ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର ୨୫ ଦଶମିକ ୩୩ ପ୍ରତିଶତ । ୩୬ ଆଞ୍ଚଳିକ ଦଳଙ୍କ ମୋଟ୍ ଆୟ ୧୨ଶହ ୧୩ କୋଟି ଟଙ୍କା । ଏଥିରୁ ବିଜେଡି କେବଳ ୩୦୭ କୋଟି ଟଙ୍କା ଆୟ କରିଛି । ନିର୍ବାଚନ, ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ୨୦୨୧ ମସିହାରେ ବିଜେଡି ୨୮ କୋଟି ୬୩ ଲକ୍ଷ ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ୯୦ ଦଶମିକ ୬୮ ପ୍ରତିଶତ ବଳକା ରହିଛି । ଦଳକୁ ୯୪ ଦଶମିକ ୦୭ ପ୍ରତିଶତ ଅର୍ଥାତ୍ ୨୯୧ କୋଟି ଗ୍ରାଣ୍ଟ, ଡୋନେସନ୍ ଏବଂ କଂଟ୍ରିବ୍ୟୁସନ୍ ଜରିଆରେ ମିଳିଛି । ମୋଟ ୫୪ଟି ଆଞ୍ଚଳିକ ଦଳ ମଧ୍ୟରୁ ୩୬ ଟି ଦଳର ଆୟ ଏବଂ ବ୍ୟୟକୁ ନେଇ ଏନଜିଓ ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର) ଏହି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ତାମିଲନାଡୁର ଶାସକ ଦଳ ଡିଏମ୍କେ ପ୍ରଥମ, ବିଜେଡି ଦ୍ୱିତୀୟ ଓ ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍ ତୃତୀୟ ଓ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସ୍ଆର କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି ।

୨୦୨୧-୨୦୨୨ ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳଙ୍କ ଆୟ, ବ୍ୟୟକୁ ନେଇ ରିପୋର୍ଟ
ଏନଜିଓ ଡେମୋକ୍ରାଟିକ୍ ରିଫର୍ମ୍ସ(ଏଡିଆର) ରିପୋର୍ଟ ପ୍ରକାଶ କରିଛି
ଇଲୋକ୍ଟ୍ରାଲ ବଣ୍ଡ ଜରିଆରେ ୩୬ ଦଳ ପାଇଛନ୍ତି ୧୨୧୩ କୋଟି ଟଙ୍କା
ତାମିଲନାଡୁର ଡିଏମକେ ସର୍ବାଧିକ ୩୧୮ କୋଟି ଟଙ୍କା ପାଇଛି
ଓଡ଼ିଶାର ବିଜେଡି ପାଇଛି ୩୦୭ କୋଟି ଟଙ୍କା
ତେଲେଙ୍ଗାନାର ଟିଆରଏସ ଦଳ ୨୧୮ କୋଟି ଟଙ୍କା ପାଇଛି
୧୦ ଆଞ୍ଚଳିକ ଦଳ ୮୫୨ କୋଟି ୮୮ ଲକ୍ଷ ଟଙ୍କା ପାଇଛନ୍ତି
୩୦୭ କୋଟରୁ ୨୮ କୋଟି ଅର୍ଥାତ୍ ୧୦ ପ୍ରତିଶତ ଖର୍ଚ୍ଚ କରିଛି ବିଜେଡି
୩୫ ଦଳରୁ ୨୦ ଦଳର ଆୟରେ ବୃଦ୍ଧି ହୋଇଛି
ବାକି ୧୫ ଦଳର ଆୟ ହ୍ରାସ ପାଇଛି
୩୫ ଦଳର ଆୟ ବର୍ଷକ ମଧ୍ୟରେ ୫୬୬ କୋଟି ଟଙ୍କା ବୃଦ୍ଧି ପାଇଛି
ବର୍ଷକରେ ବିଜେଡିର ସର୍ବାଧିକ ଆୟ ୨୩୪ କୋଟି ବୃଦ୍ଧି ପାଇଛି
ଟିଆରଏସ୍ ୧୮୦ କୋଟି, ଡିଏମକେ ୧୬୮ କୋଟି ଆୟ ବଢିଛି