ପୁଣି ସାମ୍ନାକୁ ଆସିଲା ଫାଇଭ୍-ଟି ସ୍କୁଲର ଗୁମର । ଫଟା କାନ୍ଥକୁ ମରାମତି କରାନଯାଇ ରଙ୍ଗଦେଇ କାମ ସାରିଦେଲେ ।

211

କନକ ବ୍ୟୁରୋ: ଫାଇଭ୍-ଟି ଅଧୀନରେ ନିର୍ମାଣ ହୋଇଥିବା ଆଉ ଏକ ସ୍କୁଲରେ ନିମ୍ନମାନର କାମ ନେଇ ଅଭିଯୋଗ । ନିଜେ ସ୍କୁଲର ପ୍ରଧାନ ଶିକ୍ଷକ ଏପରି ଅଭିଯୋଗ ଆଣିଛନ୍ତି ।

ଯାଜପୁର ସିଂହପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କହିବା କଥା କାମ ନିମ୍ନମାନର ହୋଇଛି । ଫଟା କାନ୍ଥକୁ ମରାମତି କରାନଯାଇ ତାଉପରେ ରଙ୍ଗ ମରାଯାଇ କାର୍ଯ୍ୟ ହୋଇଛି । ସେହିପରି ସ୍କୁଲରେ ହୋଇଥିବା ବିଦ୍ୟୁତୀକରଣ ସବୁ ସ୍କୁଲ ଫଣ୍ଡରୁ ହୋଇଛି । ତକ୍ରାଳୀନ ବିଂଝାରପୁର ବ୍ଳକ ବିଡିଓଙ୍କ ତତ୍ୱାବଧାନରେ ଏହି କାମ ହୋଇଥିଲା । କେବଳ ଏହି ଗୋଟିଏ ସ୍କୁଲ ନୁହେଁ, ବିଞ୍ଜାରପୁରର ଅନ୍ୟ କିଛି ସ୍କୁଲରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି । କିଛି ରାଜନେତା ଓ ଠିକାଦାର ସନ୍ତୁଷ୍ଟ କରିବାକୁ ଏଭଳି ନିମ୍ନମାନର କାମ କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।