ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ ଜଲୱା: ୫ୱିକେଟ ପରେ ହାସଲ କଲେ ଅର୍ଦ୍ଧଶତକ

205

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଜଲୱା ଦେଖିବାକୁ ମିଳିଛି । ସେ ଏହି ମ୍ୟାଚରେ ପ୍ରଥମେ ବୋଲିଂରେ ଯାଦୁ ଦେଖାଇଥିଲେ । ଚମତ୍କାର ବୋଲିଂ କରି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ନେଇଥିଲେ । ଆଉ ଏବେ ବ୍ୟାଟିଂରେ ବି ନିଜ ଜଲୱା ଦେଖାଉଛନ୍ତି । ସେ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଆହତ ହୋଇ ଆଣ୍ଠୁ ଅପରେସନ ହେବା ପରେ ଏହା ହେଉଛି ଜାଡେଜାଙ୍କ ପ୍ରଥମ ମ୍ୟାଚ ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଲାବ୍ରୁସେନ ୪୯ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ରନ କରିଥିଲେ । ଫଳରେ ଦଳ ୬୩ ଓଭର ୫ ବଲ ଖେଳି ୧୭୭ ରନରେ ଅଲଆଉଟ ହୋଇଯାଇଥିଲା । ଏବେ ଭାରତ ତାର ପ୍ରଥମ ଇଂନିସରେ ୩୦୦ ରନ ପାର କରି ବଡ ଲିଡ ଆଡକୁ ଗତି କରୁଛି ।