ମଞ୍ଚ ଉପରେ ରବି ନନ୍ଦ ଓ ତାରା ବାହିନୀପତିଙ୍କ କଳି : ତାରାଙ୍କୁ ୮ବର୍ଷର ହିସାବ ମାଗିଲେ ରବି ନନ୍ଦ

409

କନକ ବ୍ୟୁରୋ : ରବି ନନ୍ଦ ଓ ତାରା ବାହିନୀପତିଙ୍କ କଳିକୁ ନେଇ ସରଗରମ ହୋଇଛି କୋରାପୁଟ ରାଜନୀତି । କୋରାପୁଟ ଜିଲ୍ଲାର ଦୁଇ ବରିଷ୍ଠ ରବି ନାରାୟଣ ନନ୍ଦ ଓ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ମଂଚ ଉପରେ ଆକ୍ଷେପ ଓ ପ୍ରତିଆକ୍ଷେପ ଦେଖିବାକୁ ମିଳିଛି । ଜୟପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୱାର ରୌପ୍ୟଜୟନ୍ତୀ ସମାରୋହରେ ଦେଖିବାକୁ ମିଳିଛି ଏହି ଦେୃଶ୍ୟ ।

ସିୱାର ରୌପ୍ୟ ଜୟନ୍ତୀରେ ସାମିଲ ହୋଇଥିଲେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ତାରାପ୍ରସାଦ ବାହିନୀପତି । ସଭାକୁ ସମ୍ବୋଧିତ କରି ବିଧାୟକ ତାରା ବାହିନୀପତି ଉପରେ ବର୍ଷିଥିଲେ ରବି ନନ୍ଦ । କହିଥିଲେ, ଜଣେ ନେତାଙ୍କୁ ଲୋକେ ୮ବର୍ଷ ହେଲା ବିଧାୟକ କରି ପଠାଉଛନ୍ତି, କଣ ବିଧାନସଭାରେ ଯାଇ ଟେବୁଲ ଭାଙ୍ଗିବା ପାଇଁ କି । ଅଞ୍ଚଳରେ କାହିଁକି ଉନ୍ନତି ହେଉନି ବୋଲି ପ୍ରଶ୍ନ କରିଥିଲେ ରବି ନନ୍ଦ । ଆଉ ଏହାର ଜବାବ ରଖିଥିଲେ ତାରା ପ୍ରସାଦ ବାହିନୀପତି । ଆଉ ଏହି ଦୁଇ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜିଲ୍ଲା ରାଜନୀତିକୁ ସରଗରମ କରିଦେଇଛି ।