ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ : ଆଗେଇ ଚାଲିଛି ପଟାଗୁଜ ଓ ଅନ୍ୟାନ୍ୟ କାମ

30

କନକ ବ୍ୟୁରୋ : ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ଥିବା ଛୋଟବଡ଼ କାମକୁ ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି । ମହାରଣା ସେବକମାନେ ଆଜି ବାକି ଥିବା କନକମୁଣ୍ଡି କାମ ଶେଷ କରିଥିବାବେଳେ କଣି ଫାଉଡ଼ି, ଧୂଳି ଦଣ୍ଡା ସହ ଅନ୍ୟାନ୍ୟ କାମକୁ ଶେଷ କରିଛନ୍ତି । ସେପଟେ ଦେବୀ ସିଂହାସନ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ଇଶ କାଠରେ ବିନ୍ଧ କରିବା ଆରମ୍ଭ କରିଛନ୍ତି । ପଟାଗୁଜ ଓ ଅନ୍ୟାନ୍ୟ କାମ ବି ଆଗେଇ ନେଇଛନ୍ତି । ଚିତ୍ରକର ସେବକମାନେ ଇତି ମଧ୍ୟରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର କଳାଧଳା ଘୋଡ଼ାରେ ରଙ୍ଗଦେବା ଶେଷ କରିଥିବା ବେଳେ ପାର୍ଶ୍ୱ ଦେବାବେଦୀଙ୍କୁ ରଙ୍ଗଦେବା କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ସେପଟେ ରଥରେ ବି ରଙ୍ଗ କାମ ଆଗେଇ ଚାଲିଛି । କମାର ସେବକମାନେ ବି ଦୋଳବେଦି କମାରଶାଳରେ ଲୌହ ସାମଗ୍ରୀ କାମକୁ ଆଗେଇ ନେଇଛନ୍ତି ।

puri

ଆଜି  ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ଶେଷ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ବିଭାଗର ପ୍ରାୟ ୭ ଜଣ ମନ୍ତ୍ରୀ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହେବ ।

ବୈଠକରେ ରଥଯାତ୍ରା ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପ୍ରସ୍ତୁତି ଚୂଡାନ୍ତ କରିଛି । ବୈଠକକୁ ସଫଳ କରିବାକୁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ସଫଳ କରିବା ଓ ଶାନ୍ତିଶୃଙ୍ଖଳାରେ ସାରିବାକୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ବୈଠକରେ ଯେମିତି ସେଭଳି କିଛି ଅଭିଯୋଗ ଓ ବଡ ପ୍ରସଙ୍ଗ ନ ଉଠିବ ସେଥି ପାଇଁ ଜିଲ୍ଲା ପ୍ରଶାସନ ସଚେତନ ରହିଛି ।

puri
Source:google.com

ମୁଖ୍ୟମନ୍ତ୍ରୀ ବୈଠକକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଗତ ତିନି ଦିନ ଧରି ଘନ ଘନ ବୈଠକ ଡାକି ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲାପାଳ ନିଜେ ସେବାୟତ, ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଆଇନ ସମେତ ସାତ ବିଭାଗର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଆଜି ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି ସ୍ୱାମୀ ମଧ୍ୟ ପୁରୀରେ ପହଞ୍ଚି ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି । ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶେଷ ସମନ୍ଵୟ ବୈଠକ ଧାର୍ଯ୍ୟ ହୋଇଥିଲା । ବୈଠକର ଦିନକ ପୂର୍ବରୁ ସେବାୟତମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିରରେ ପୋଷ୍ଟର ମାରିବାରୁ ହଠାତ ବୈଠକ ବାତିଲ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା ।