ନେପାଳର ନୂଆ ରାଷ୍ଟ୍ରପତି ହେଲେ ରାମଚନ୍ଦ୍ର ପାଉଦେଲ, ଜାଣନ୍ତୁ ତାଙ୍କର ରାଜନୈତିକ କ୍ୟାରିଅର

149

କନକ ବ୍ୟୁରୋ : ନେପାଳ କଂଗ୍ରେସର ନେତା ରାମଚନ୍ଦ୍ର ପାଉଦେଲଙ୍କୁ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ ପାଉଦେଲ ପୁଷ୍ପକମଲ ଦହଲଙ୍କ ନେତୃତ୍ୱରେ ଚାଲିଥିବା ୮ଦଳିଆ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିଲେ । ସେ ତାଙ୍କର ନିକତମ ପ୍ରତିଦ୍ୱନ୍ଦୀ ସୁଭାଷ ଚନ୍ଦ୍ର ନେମ୍ବବାଙ୍ଗଙ୍କୁ ବଡ ଅନ୍ତରରେ ପରାଜିତ କରିଛନ୍ତି ।

ନେପାଳ ନିର୍ବାଚନ ଆୟୋଗ ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା କରି ସୂଚନା ଦେଇଛନ୍ତି କି, ରାମଚନ୍ଦ୍ର ପାଉଦେଲଙ୍କୁ ୩୩,୮୦୨ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁଭାଷ ଚନ୍ଦ୍ର ନେମ୍ବବାଙ୍ଗଙ୍କୁ ୧୫,୫୧୮ ଖଣ୍ଡ ଭୋଟ ମିଳିଛି । ପାଉଦେଲଙ୍କୁ ନେପାଳ କଂଗ୍ରେସ ଓ ସିପିଏନ ସହିତ ମୋଟ ୮ ଦଳିଆ ମେଣ୍ଟ ସମର୍ଥନ କରିଥିଲେ । ତାଙ୍କୁ ଏହି ମେଣ୍ଟର ୩୫୨ ବିଧାନସଭା ସଦସ୍ୟ ଓ ୨୧୪ ଜଣ ସାଂସଦଙ୍କ ଭୋଟ ମିଳିଥିଲା ।

ପାଉଦେଲଙ୍କ ରାଜନୈତିକ ଜୀବନୀ କଥା କହିଲେ ସେ ନେପାଳ କଂଗ୍ରେସର ଜଣେ ବରିଷ୍ଠ ନେତା । ୭୮ ବର୍ଷିୟ ରାମଚନ୍ଦ୍ର ପାଉଦେଲ ୧୯୪୪ ସେପ୍ଟେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ । ୨୦୨୨ ସାଧାରଣ ନିର୍ବାଚନରେ ତାଙ୍କୁ ସଂସଦର ସଦସ୍ୟ ଭାବେ ଚୟନ କରାଯାଇଥିଲା । ଏହାସହ ସେ ନେପାଳ ସରକାରରେ ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିନିଧୀ ସଭାର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।