ଭାଇଚାରାର ଅନନ୍ୟ ଉଦାହରଣ ଦର୍ଶାଏ ଏହି ସ୍ଥାନ ! ଯେଉଁଠି ଦରଘାରେ ଜଳେ ଦୀପାବଳୀର ଦୀପ ।

72

ଭାଇଚାରାର ଅନନ୍ୟ ଦେଶ ହେଉଛି ଭାରତ । ଯେଉଁଠି ଇଦକୁ ହିନ୍ଦୁ ଧର୍ମାବଲମ୍ବୀ ଭାଇ ମାନେ ପାଳୁଥିବା ବେଳେ ,ଦୀପାବଳୀକୁ ମୁସଲିମ୍ ଭାଇମାନେ ପାଳିଥାନ୍ତି । ଏକତାର ସୂତ୍ରରେ ଚାଲୁଥିବା ଏହି ଦେଶରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି ମୁସଲୀମ୍ ଦରଘାରେ ଜଳେ ଦୀପାବଳୀର ଦୀପ । ଆଜ୍ଞା ହଁ ସ୍ଥାନଟି ହେଉଛି ରାଜସ୍ଥାନ । ଯେଉଁଠି ହିନ୍ଦୁ ଏବଂ ମୁସଲିମ୍ ଭାଇମାନେ ମିଳିତ ହୋଇ ପାଳନ କରିଥାନ୍ତି ଦୀପାବଳୀ । ପରସ୍ପରକୁ ମିଠା ଖୁଆଇ , ବାଣ ଫୁଟାଇ ଏଠାକାର ଲୋକେ ଦୀପାବଳୀ ପାଳନ କରିଥାନ୍ତି । ଦରଘାର ମୁଖ୍ୟଙ୍କ କହିବାନୁସାରେ ସୁଫିଜମର ଖାସ୍ କଥା ହେଉଛି ପ୍ରଥମେ ମାନବିକତା ପରେ ଧର୍ମ । ତେଣୁ ଦୀପାବଳୀ ଏବଂ ଇଦକୁ ଦୁଇ ଧର୍ମର ଲୋକ ଖୁବ୍ ଆଡମ୍ବର ସହକାରେ ପାଳନ କରିଥାନ୍ତି ।

ରାଜସ୍ଥାନର ଜୁନଝୁନୁ ନାମକ ସ୍ଥାନରେ ଦୀପାବଳୀର ଭିନ୍ନ ନଜାରା ଦେଖିବାକୁ ମିଳେ । ଏହା ଏଠାକାର ପୁରୁଣା ପରମ୍ପରାରୁ ଗୋଟିଏ । ଦରଘା ମୁଖ୍ୟଙ୍କ କହିବାନୁସାରେ ଏହି ଦରଘାର ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ସନ୍ଦେଶ କେବଳ କିଛି ବର୍ଷର ନୁହେଁ । ଏହା ଦୀର୍ଘ ବର୍ଷରୁ ଚାଲିଆସିଛି । ଇତିହାସ ଅନୁସାରେ ୨୫୦ ବର୍ଷ ପୂର୍ବେ ଏହି ପରମ୍ପରା ଆରମ୍ଭ ହୋଇଥିଲା ।