ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସମାପ୍ତ, ରାହୁଲ ନବୀନ ହେଲେ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ

99

କନକ ବ୍ୟୁରୋ : ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଆଜି ସମାପ୍ତ ହୋଇଛି । ଏବେ ଇଡିର ବିଶେଷ ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ଅଧିକାରୀକ ଆଦେଶରେ ଶୁକ୍ରବାର ଦିନ କୁହାଯାଇଛି କି ଆଇଆରଏସ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଭାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସଂଜୟ କୁମାର ମିଶ୍ର ପାଖାପାଖି ୪ବର୍ଷ ୧୦ ମାସ ଧରି ଏହି ପଦରେ ନିଯୁକ୍ତ ଥିଲେ ।

ରାହୁଲ ନବୀନ ୧୯୯୩ ବ୍ୟାଚର ଆଇଆରଏସ ଅଧିକାରୀ ଅଟନ୍ତି । ବିହାରରେ ରହୁଥିବା ରାହୁଲ ନବୀନ ବିଶେଷ ନିର୍ଦ୍ଦେଶକ ବ୍ୟତୀତ ଇଡି ମୁଖ୍ୟାଳୟର ମୁଖ୍ୟ ସତର୍କତା ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସୂଚନା ମୁତାବକ ନୂଆ ନିର୍ଦ୍ଦେଶକଙ୍କ ଔପଚାରିକ ନିଯୁକ୍ତି ହେବା ଯାଏଁ ସେ ଏହି ପଦରେ ରହିବେ ।