ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ପୁଣି ରାହୁଲ ଗାନ୍ଧୀଙ୍କୁ ଜେରା

98

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଆଜି ରାହୁଲ ଗାନ୍ଧୀ ଚତୁର୍ଥ ଥର ପାଇଁ ଇଡି ଜେରାକୁ ସାମନା କରିବାକୁ ଥିବାବେଳେ ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଅଡ୍ୱାନ ଦେଇଛନ୍ତି କଂଗ୍ରେସ କର୍ମୀ ।

ଆଜି ରାହୁଲ ଗାନ୍ଧୀଙ୍କୁ ପୁଣି ଜେରା କରିବେ ଇଡି ଅଧିକାରୀ । ଏନେଇ ତାଙ୍କୁ ନୂଆ ସମନ ଜାରି ହୋଇଥିଲା । ସୂଚନା ମୁତାବକ, ଇଡି ଗତ ସୋମବାର ଠାରୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ରାହୁଲଙ୍କୁ ପଚରାଉଚୁରା କରିଥିଲା । ଗତ ଶୁକ୍ରବାର ରାହୁଲଙ୍କୁ ଜେରା କରାଯିବାର ଥିଲା । କିନ୍ତୁ ରାହୁଲଙ୍କ ବ୍ୟକ୍ତିଗତ ସମସ୍ୟା ଥିବାରୁ ଏହା ହୋଇପାରିନଥିଲା । ପରେ ଇଡି ପକ୍ଷରୁ ତାଙ୍କୁ ନୂଆ ସମନ ଜାରି କରାଯାଇ ସୋମବାର ପଚରାଉଚୁରା ପାଇଁ ଡକାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଇଡିର ଅଧିକାରୀମାନେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଘଣ୍ଟା ଧରି ଜେରା କରିଥିବାବେଳେ ସନ୍ତୋଷଜନକ ୁତ୍ତର ପାଇନଥିବାରୁ ପୁଣିଥରେ ଡକାଇଛନ୍ତି । ଇିଡି ଅଧିକାରୀମାନେ ରାହୁଲଙ୍କ ଗାନ୍ଧୀଙ୍କୁ ଗତ ସୋମବାର ୮ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ହେଲେ ରାହୁଲଙ୍କ ଠାରୁ ଆଶାନୁରୂପକ ଉତ୍ତର ମିଳିନଥିଲା ।