ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ସଜ୍ଜା ଉପରେ ଲାଗିଲା କଟକଣା

547

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏଁ ଗୁଜରାଟ ହାଇକୋର୍ଟର ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲାରେ ପ୍ରଥମେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ସୁରଟ କୋର୍ଟଙ୍କ ରାୟ ଆଧାରରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ବି ରଦ୍ଦ ହୋଇଥିଲା । ସୁରଟ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଗୁଜରାଟ ହାଇକୋର୍ଟ ସୁରଟ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ।

କହିରଖୁ କି ଏକ ସଭାକୁ ଉଦବୋଧନ ଦେବା ବେଳେ ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ବିରୋଧରେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ମାନହାନୀ ମାମଲା ରୁଜୁ କରିଥିଲେ । ହେଲେ ଏବେ ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟର ଆଶ୍ୱସ୍ତି ପରେ ରାହୁଲ ଗାନ୍ଧୀ ସିନା ଜେଲ ଯିବାରୁ ରକ୍ଷା ପାଇଛନ୍ତି ହେଲେ ତାଙ୍କ ସାଂସଦ ପଦ ଫେରିପାଇବ କି ?